ମୁଖ୍ୟ ଖବର ଋଣ ଭାର ସହି ନପାରି ଆତ୍ମହତ୍ୟା Angul OnlineAugust 17, 2023August 17, 2023 ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ମୁଣ୍ଡପଡ଼ା ଛକ ନିକଟ ବିନୋଦପୁର ଜଙ୍ଗଲର ଗୋଟିଏ ମହୁଲ ଗଛରେ ବେକରେ ରଶି ଦେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ବ୍ଯକ୍ତି ଜଣଙ୍କ ଋଣ ଭାର ସହି ନପାରି ଆତ୍ମହତ୍ଯା କରିଥିବା ସନ୍ଦେହ କରା ଯାଉଛି । ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣଙ୍କ କାଦପଡ଼ା ଗ୍ରାମର ସୁଦାମ ଭୂୟାଁ(୪୦) । ସେ ବିଭିନ୍ନ ବେସରକାରୀ ସଂସ୍ଥାରୁ କରଜ ଆଣିଥିଲେ ଏବଂ ଠିକ୍ ସେ ପରିଶୋଧ କରି ନ ପାରିବାରୁ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଫଳସ୍ବରୂପ ଏ ଭଳି ଚରମ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି । ପାଖରେ ତାଙ୍କର ସାଇକେଲଟି ଅଛି । ଘଟଣା ସ୍ଥଳରେ କିଆକଟା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା (କେସ୍ ନମ୍ବର ୦୩/୨୩) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି । Advertisement
ସୁନାଗହଣା ଦୋକାନରେ ଅନିୟମିତତା – ୭ ଦୋକାନକୁ ୨୭ ହଜାର ଜୋରିମାନା ଅନୁଗୁଳ – ଅନୁଗୁଳ ସହରର ବିଭିନ୍ନ ସୁନାଗହଣା ଦୋକାନ ଗୁଡିକରେ ଏନଫୋର୍ସମେଣ୍ଟ ସ୍କ୍ବାଡ ଚଢାଉ କରି ଲାଇସେନ୍ସ , ଓଜନମାପ ଓ ଦରଦାମରେ ଅନିୟମିତତା ଅଭିଯୋଗ ନେଇ…
ଦୁଇ ଘଣ୍ଟାରେ ଚାରି ଜଣଙ୍କୁ ଗୋଡ଼ାଇ ମାରିଲା ହାତୀ ୩୦ ରୁ ଅଧିକ ହାତୀ ଗତ ଦୁଇ ମାସ ହେଲା ଅନୁଗୁଳ ସହର ଉପଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଘୁରି ବୁଲୁଥିଲେ । ସେଥିରୁ ଗୋଠଛଡ଼ା…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବନ୍ତଳା , ମହିଧରପଡାର ଗଣେଶ୍ୱର ବେହେରା । ହାତୀ…