ଖାଇବା ଦେଉଥିଲା ପୁତୁରା – ପିଟିପିଟି ମାରିଦେଲା ଦାଦା

ଅନୁଗୁଳ – ପୁତୁରାକୁ ପିଟି ପିଟି ମାରିଦେଲା ଦାଦା। ପୁତୁରା ଭାତ ମାଂସ ନେଇ ଖାଇବାକୁ ଦେବା ବେଳେ ପୁତୁରାକୁ ବାଉଁଶ ଠେଙ୍ଗାରେ ପିଟି ପିଟି ଦାଦା ମାରି ଦେଇଛି । ମାରି ସାରିଲା ପରେ ୨୦୦ ମିଟର ଘୋଷାଡି ନେଇ ପକାଇ ଦେଇଥିବା ଦେଖା ଦେଇଛି ।ଅନୁଗୋଳ ସଦର ଥାନା ଅନ୍ତର୍ଗତ ବଡ଼କଞ୍ଜନି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ , ବଡ଼କଞ୍ଜନି ଗ୍ରାମର ସ୍ବର୍ଗତ ପଦ୍ମନାଭ ଦାସଙ୍କ ପୁଅ ସୁଦର୍ଶନ ଦାସ (୩୭) ତାଙ୍କ ଦାଦା ବସନ୍ତ କୁମାର ଦାସଙ୍କ ପାଖକୁ ମାଂସ ଭାତ ଗ୍ରାମ ନିକଟରେ ଥିବା ମଶାଣୀ ପାଖକୁ ଗତ କାଲି ରାତି ଦଶଟା ବେଳେ ନେଇ ଦେଇଥିଲେ । କିନ୍ତୁ ସକାଳ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ସୁଦର୍ଶନଙ୍କ ସ୍ତ୍ରୀ ଖୋଜାଖୋଜି କରିଥିଲେ । ମଶାଣୀ ନିକଟରେ ଦେଖିଲା ବେଳକୁ ସୁଦର୍ଶନଙ୍କ ମୃତ ଦେହ ଦେଖିବାକୁ ମିଳିଛି । ବସନ୍ତ କୁମାର ଦାସ ସୁଦର୍ଶନଙ୍କୁ ପିଟି ପିଟି ମାରି ଦେଇଥିବା ଜାଣିବା ପରେ ଗ୍ରାମ ଲୋକ ପହଞ୍ଚି ବସନ୍ତ କୁମାର ଦାସକୁ ଗଛରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣା ସ୍ଥଳରେ ସଦର ପୁଲିସ ପହଞ୍ଚି ତଦନ୍ତ କରିଛି । ବସନ୍ତ କୁମାର ଦାସଙ୍କ ମୁଣ୍ତ ଦୋଷ ଥିବାରୁ ଗ୍ରାମର ମଶାଣୀ ଖଣ୍ଡିରେ ରହୁଥିଲେ । ଗତ କାଲି ସୁଦର୍ଶନ ମାଂସ ଭାତ ନେଇ ଦେଇଥିବା ବେଳେ ବାଉଁଶ ବାଡିରେ ପିଟି ପିଟି ମାରି ଦେଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ଅନ୍ୟପଟେ ପୁଲିସ ବସନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page