ଅପରାଧ ଫାଣ୍ଡିରେ ପଶିଲେ – ଯାହା ପାରିଲେ ଭାଙ୍ଗିଲେ Angul OnlineDecember 22, 2021December 22, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ଯୁବକଙ୍କ ଉନ୍ମତ କାଣ୍ଡ । ବିନା ଅନୁମତିରେ ଜମିରେ ବୋର ୱେଲ ଖୋଳାଯାଇ ସର୍ଭେ କରାଯାଉଥିବାରୁ ଏହାକୁ ନେଇ ଛେଣ୍ଡିପଦା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ପରେ କୈାଣସି ସୁଫଳ ନ ମିଳିବାରୁ ଖମାର ଗ୍ରାମର ଭାଷ୍କର ସାହୁ ଏକ ଶଗଡରେ ତାଙ୍କ ମା ଓ ନାତୁଣିକୁ ଆଣି ବଗଡିଆ ରୁ ଖମାର ଯାଇଥିବା ଜାତୀୟ ରାଜପଥରେ ବସିବା ସହିତ ଫାଣ୍ଡିରେ ଭଙ୍ଗାରୁଜା କରିଥିଲେ । ମୁଖ୍ୟ ଫାଟକ , ଫଳକ ଭଙ୍ଗାରୁଜା କରିବା ସହିତ ଫାଣ୍ଡି ଭିତରେ ପଶି ପୋଲିସ କ୍ୟାପ ,ଆସବାବ କାଗଜ ପତ୍ର ଆଦି ରାସ୍ତାକୁ ନେଇ ଆସି ଫିଙ୍ଗା ଫୋପଡା କରିଥିଲେ । ଏପରିକି ଫାଣ୍ଡି ଉପରକୁ ଢେଲା ମାଡ କରି କିଛି ସମୟ ପାଇଁ ଏକ ପ୍ରକାର ଆତଙ୍କ ଖେଳାଇ ଥିଲେ । ଫାଣ୍ଡି ଅଧିକାରୀ କୋର୍ଟ କାମରେ କଟକ ଯାଇଥିବା ବେଳେ ସେହି ସମୟରେ ଫାଣ୍ଡିରେ ଥିବା ଜଣେ ମାତ୍ର ପୁଲିସ କର୍ମଚାରୀ ଭୟରେ ଫାଣ୍ଡି ଛାଡି ପଳାଇଥିଲେ । ଯୁବକଙ୍କ ଏଭଳି କାଣ୍ଡ ଯୋଗୁଁ ସ୍ଥାନୀୟ ଲୋକ ମଧ୍ୟ ଆତଙ୍କିତ ହୋଇ ଯାଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ସେ ଏଭଳି କରି ଚାଲିଥିବା ବେଳେ ପରେ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରିଥିଲେ । ପୁଲିସ ତାଙ୍କୁ ଅଟକ ରଖିଥିବା ବେଳେ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । Advertisement
୨୦ ଗ୍ରାମ ବ୍ରାଉନସୁଗାର ସହ ୬ ଜଣ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ପୁଲିସକୁ ଆଜି ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଫ୍ୟାନରେ ଝୁଲି ମହିଳାଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ଝୁନି ଅମାନ୍ତ ୨୨ବର୍ଷ ତଳେ କାଣ୍ଡସର ଗ୍ରାମରେ ବିବାହ…
ବ୍ରିଜ ତଳୁ ମୃତଦେହ ଉଦ୍ଧାର – ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ରୁ ଅନ୍ତୁଳିଆ ରାସ୍ତାରେ ଥିବା ହାତିଗଞ୍ଜ ବ୍ରିଜ ତଳୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଅସ୍ତରଙ୍ଗପୁର ଗାଁର…