ଅପରାଧ ଫାଣ୍ଡିରେ ପଶିଲେ – ଯାହା ପାରିଲେ ଭାଙ୍ଗିଲେ Angul OnlineDecember 22, 2021December 22, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ଯୁବକଙ୍କ ଉନ୍ମତ କାଣ୍ଡ । ବିନା ଅନୁମତିରେ ଜମିରେ ବୋର ୱେଲ ଖୋଳାଯାଇ ସର୍ଭେ କରାଯାଉଥିବାରୁ ଏହାକୁ ନେଇ ଛେଣ୍ଡିପଦା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ପରେ କୈାଣସି ସୁଫଳ ନ ମିଳିବାରୁ ଖମାର ଗ୍ରାମର ଭାଷ୍କର ସାହୁ ଏକ ଶଗଡରେ ତାଙ୍କ ମା ଓ ନାତୁଣିକୁ ଆଣି ବଗଡିଆ ରୁ ଖମାର ଯାଇଥିବା ଜାତୀୟ ରାଜପଥରେ ବସିବା ସହିତ ଫାଣ୍ଡିରେ ଭଙ୍ଗାରୁଜା କରିଥିଲେ । ମୁଖ୍ୟ ଫାଟକ , ଫଳକ ଭଙ୍ଗାରୁଜା କରିବା ସହିତ ଫାଣ୍ଡି ଭିତରେ ପଶି ପୋଲିସ କ୍ୟାପ ,ଆସବାବ କାଗଜ ପତ୍ର ଆଦି ରାସ୍ତାକୁ ନେଇ ଆସି ଫିଙ୍ଗା ଫୋପଡା କରିଥିଲେ । ଏପରିକି ଫାଣ୍ଡି ଉପରକୁ ଢେଲା ମାଡ କରି କିଛି ସମୟ ପାଇଁ ଏକ ପ୍ରକାର ଆତଙ୍କ ଖେଳାଇ ଥିଲେ । ଫାଣ୍ଡି ଅଧିକାରୀ କୋର୍ଟ କାମରେ କଟକ ଯାଇଥିବା ବେଳେ ସେହି ସମୟରେ ଫାଣ୍ଡିରେ ଥିବା ଜଣେ ମାତ୍ର ପୁଲିସ କର୍ମଚାରୀ ଭୟରେ ଫାଣ୍ଡି ଛାଡି ପଳାଇଥିଲେ । ଯୁବକଙ୍କ ଏଭଳି କାଣ୍ଡ ଯୋଗୁଁ ସ୍ଥାନୀୟ ଲୋକ ମଧ୍ୟ ଆତଙ୍କିତ ହୋଇ ଯାଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ସେ ଏଭଳି କରି ଚାଲିଥିବା ବେଳେ ପରେ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରିଥିଲେ । ପୁଲିସ ତାଙ୍କୁ ଅଟକ ରଖିଥିବା ବେଳେ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । Advertisement
ସପ୍ତମ ଶ୍ରେଣୀର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । କାଜୁ ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା…
ପୁଲିସ ପରିଚୟ ଦେଇ ଚାନ୍ଦା ଆଦାୟ ବେଳେ ଯୁବକଙ୍କୁ କାବୁ କଲେ ଲୋକେ ଅନୁଗୋଳ – ନିଜକୁ ପୁଲିସ ପରିଚୟ ଦେଇ ଜନସାଧାରଣଙ୍କୁ ଧମକ ଦେଉଥିଲା ଯୁବକ । ସ୍ଥାନୀୟ ଲୋକ ଜାଣି ପାରି ପୁଲିସର ଜିମା ଦେଲେ ଠକକୁ ।…
ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ବଡ ଭାଇକୁ ହତ୍ୟା କଲା ସାନଭାଇ ପାଲଲହଡା – ଜମି ଜମା ବିବାଦକୁ କେନ୍ଦ୍ର କରି ବଡ ଭାଇକୁ ଗଳା କାଟି ହତ୍ୟା କରିଛି ସାନ ଭାଇ I ଏଭଳି ବିଭତ୍ସ ହତ୍ୟା କାଣ୍ଡ…