ଅପରାଧ ଫାଣ୍ଡିରେ ପଶିଲେ – ଯାହା ପାରିଲେ ଭାଙ୍ଗିଲେ Angul OnlineDecember 22, 2021December 22, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡିରେ ଯୁବକଙ୍କ ଉନ୍ମତ କାଣ୍ଡ । ବିନା ଅନୁମତିରେ ଜମିରେ ବୋର ୱେଲ ଖୋଳାଯାଇ ସର୍ଭେ କରାଯାଉଥିବାରୁ ଏହାକୁ ନେଇ ଛେଣ୍ଡିପଦା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିବା ପରେ କୈାଣସି ସୁଫଳ ନ ମିଳିବାରୁ ଖମାର ଗ୍ରାମର ଭାଷ୍କର ସାହୁ ଏକ ଶଗଡରେ ତାଙ୍କ ମା ଓ ନାତୁଣିକୁ ଆଣି ବଗଡିଆ ରୁ ଖମାର ଯାଇଥିବା ଜାତୀୟ ରାଜପଥରେ ବସିବା ସହିତ ଫାଣ୍ଡିରେ ଭଙ୍ଗାରୁଜା କରିଥିଲେ । ମୁଖ୍ୟ ଫାଟକ , ଫଳକ ଭଙ୍ଗାରୁଜା କରିବା ସହିତ ଫାଣ୍ଡି ଭିତରେ ପଶି ପୋଲିସ କ୍ୟାପ ,ଆସବାବ କାଗଜ ପତ୍ର ଆଦି ରାସ୍ତାକୁ ନେଇ ଆସି ଫିଙ୍ଗା ଫୋପଡା କରିଥିଲେ । ଏପରିକି ଫାଣ୍ଡି ଉପରକୁ ଢେଲା ମାଡ କରି କିଛି ସମୟ ପାଇଁ ଏକ ପ୍ରକାର ଆତଙ୍କ ଖେଳାଇ ଥିଲେ । ଫାଣ୍ଡି ଅଧିକାରୀ କୋର୍ଟ କାମରେ କଟକ ଯାଇଥିବା ବେଳେ ସେହି ସମୟରେ ଫାଣ୍ଡିରେ ଥିବା ଜଣେ ମାତ୍ର ପୁଲିସ କର୍ମଚାରୀ ଭୟରେ ଫାଣ୍ଡି ଛାଡି ପଳାଇଥିଲେ । ଯୁବକଙ୍କ ଏଭଳି କାଣ୍ଡ ଯୋଗୁଁ ସ୍ଥାନୀୟ ଲୋକ ମଧ୍ୟ ଆତଙ୍କିତ ହୋଇ ଯାଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ସେ ଏଭଳି କରି ଚାଲିଥିବା ବେଳେ ପରେ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରିଥିଲେ । ପୁଲିସ ତାଙ୍କୁ ଅଟକ ରଖିଥିବା ବେଳେ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । Advertisement
ଦୁଷ୍କର୍ମ ଓ ସାମାଜିକ ଗଣମାଧ୍ୟମରେ ନଗ୍ନ ଫଟୋ ଛାଡିବା ଅଭିଯୋଗରେ ଯୁବକ ଗିରଫ ଅନୁଗୁଳ – ଜୋରଜବରଦସ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ପରେ ଶାରୀରିକ ସମ୍ପର୍କ ଏବଂ ପରେ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଛାଡିବା ଅଭିଯୋଗରେ ଅନୁଗୁଳ ଟାଉନ…
ଛିନତାଇ ଅଭିଯୋଗରେ ୨ ଗିରଫ ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିନତାଇ ଅଭିଯୋଗରେ ପୁଲିସ ଶନିବାର ୨ ଜଣ…
କାଳୀ ପୂଜା ଭଷାଣି ବେଳେ ଗାଁ ଦାଣ୍ଡ ହେଲା ରକ୍ତ ରଞ୍ଜିତ – କଟୁରି ଚୋଟରେ ଯୁବକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଚାଙ୍ଗୁଡ଼ିଆ ଗ୍ରାମରେ ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ କଟୁରୀ ଚୋଟରେ ଜଣେ ଯୁବକର ମୃତ୍ୟୁ ହୋଇଛି ।…