ମୁଖ୍ୟ ଖବର ଗତିଶୀଳ ଆଲୋକ କଣ !!! Angul OnlineDecember 15, 2022December 15, 2022 ଅନୁଗୁଳ – ଆଜି ସନ୍ଧ୍ୟା ସମୟରେ ଓଡ଼ିଶା ଆକାଶରେ ଏକ ଧୂମକେତୁ ସଦୃଶ ଗତିଶୀଳ ଆଲୋକ ଦୃଶ୍ୟମାନ ହୋଇଥିଲା । ଯାହାକୁ ନେଇ ଲୋକମାନଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଭୟଭୀତ ହୋଇଯାଇଛନ୍ତି । ଅନେକ ଲୋକ ଏହାକୁ ମୋବାଇଲରେ କଏଦ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । କିଛି ଲୋକ ଏହାକୁ ଏଲିଆନର ଉଡ଼ନ୍ତା ଥାଳିଆ କହୁଥିବା ବେଳେ କିଛି ଏହାକୁ ଧୂମକେତୁ ଓ ଉଲକାପିଣ୍ଡ ବୋଲି କହିଛନ୍ତି । କେହି କେହି ତ ଏହାକୁ ସ୍ପେଶ୍ ଏକ୍ସର ଷ୍ଟାରଲିଙ୍କ ବୋଲି କହିଛନ୍ତି । ସନ୍ଧ୍ୟା ସମୟରେ ଏକ ଜ୍ୱାଳାମୁଖୀ କ୍ଷୀପ୍ର ଗତିରେ ଅଗ୍ରସର ହେବାର ନଜର ଆସିଥିଲା । ତେବେ ଏହା ଅଗ୍ନି-୫ ବାଲିଷ୍ଟିକ ମିସାଇଲର ଦୃଶ୍ୟ ବୋଲି ସୂଚନା ମିଳୁଛି । ଧାମରା ସ୍ଥିତ ଅବଦୁଲ କାଲାମ ଦ୍ୱୀପରୁ ଇଣ୍ଟରକଣ୍ଟିନେଣ୍ଟାଲ ଅଗ୍ନି-୫ ମିସାଇଲ ପରୀକ୍ଷଣ ହେବା ପରେ ଏହି ଦୃଶ୍ୟ ଦେଖାଯାଇଥିଲା । ଅଗ୍ନି-୫ ମିସାଇଲ ଉତକ୍ଷେପଣ ହେବା ପରେ ଟାର୍ଗେଟକୁ ହିଟ୍ କରିଥିଲା । ଏହି ଅଗ୍ନି-୫ ମିସାଇଲ ଓଡିଶା ଉପକୂଳରୁ ଉତକ୍ଷେପଣ ହୋଇ ଗନ୍ତବ୍ୟ ସ୍ଥଳକୁ ଯିବା ସମୟରେ ଆକାଶରେ ଏହା ଦୃଶ୍ୟମାନ ହୋଇଥିଲା । ଯାହାକୁ ଦେଖି କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ଲୋକେ ଏହାକୁ ଭିନ୍ନ ଭିନ୍ନ ଜିନିଷ ସହ ଯୋଡ଼ିଥିଲେ । ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପରୁ ସନ୍ଧ୍ୟା ସମୟରେ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ ହୋଇଥିଲା । ପ୍ରତିରକ୍ଷା ବିଭାଗର ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ ଏହି ମିସାଇଲକୁ ସଫଳତାର ସହିତ ପରୀକ୍ଷା କରିଥିବା ଡ଼ିଆରଡ଼ିଓ ପକ୍ଷରୁ କୁହାଯାଇଛି । ପୂର୍ବରୁ ଅଗ୍ନୀ-୫ କ୍ଷେପଣାସ୍ତ୍ରକୁ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଥିବା ବେଳେ, ଏହାକୁ ବର୍ଦ୍ଧିତ କରାଯାଇ ଲକ୍ଷ୍ୟଭେଦ କ୍ଷ୍ୟମତା ୫୪୦୦ କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଛି । Advertisement
କଣ୍ଟେନର ଧକ୍କାରେ ସାଇକେଲ ଆରୋହୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବନ୍ଦା ଛକ ଠାରେ ଏକ ସଡ଼କ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ…
ବାରହା ସହ ଦୁର୍ଘଟଣା – ଜଣଙ୍କର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଦବର ନିକଟରେ ବାରହା ସହିତ ଦୁର୍ଘଟଣା ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ…
ଗାତରେ ପଡିଲା ହାତୀ – ଉଦ୍ଧାର ପରେ ଗୋଡାଇ ଆକ୍ରମଣ କଲା ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଶଙ୍ଖମୁର ପଞ୍ଚାୟତ ବେଶଳିୟା ଜଙ୍ଗଲରେ ଏକ ହାତୀ ଗାତରେ ପଡ଼ି ଗତ ଶନିବାରଠାରୁ ଛଟପଟ ହେଉଥିଲା…