ମୁଖ୍ୟ ଖବର ଗତିଶୀଳ ଆଲୋକ କଣ !!! Angul OnlineDecember 15, 2022December 15, 2022 ଅନୁଗୁଳ – ଆଜି ସନ୍ଧ୍ୟା ସମୟରେ ଓଡ଼ିଶା ଆକାଶରେ ଏକ ଧୂମକେତୁ ସଦୃଶ ଗତିଶୀଳ ଆଲୋକ ଦୃଶ୍ୟମାନ ହୋଇଥିଲା । ଯାହାକୁ ନେଇ ଲୋକମାନଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଭୟଭୀତ ହୋଇଯାଇଛନ୍ତି । ଅନେକ ଲୋକ ଏହାକୁ ମୋବାଇଲରେ କଏଦ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । କିଛି ଲୋକ ଏହାକୁ ଏଲିଆନର ଉଡ଼ନ୍ତା ଥାଳିଆ କହୁଥିବା ବେଳେ କିଛି ଏହାକୁ ଧୂମକେତୁ ଓ ଉଲକାପିଣ୍ଡ ବୋଲି କହିଛନ୍ତି । କେହି କେହି ତ ଏହାକୁ ସ୍ପେଶ୍ ଏକ୍ସର ଷ୍ଟାରଲିଙ୍କ ବୋଲି କହିଛନ୍ତି । ସନ୍ଧ୍ୟା ସମୟରେ ଏକ ଜ୍ୱାଳାମୁଖୀ କ୍ଷୀପ୍ର ଗତିରେ ଅଗ୍ରସର ହେବାର ନଜର ଆସିଥିଲା । ତେବେ ଏହା ଅଗ୍ନି-୫ ବାଲିଷ୍ଟିକ ମିସାଇଲର ଦୃଶ୍ୟ ବୋଲି ସୂଚନା ମିଳୁଛି । ଧାମରା ସ୍ଥିତ ଅବଦୁଲ କାଲାମ ଦ୍ୱୀପରୁ ଇଣ୍ଟରକଣ୍ଟିନେଣ୍ଟାଲ ଅଗ୍ନି-୫ ମିସାଇଲ ପରୀକ୍ଷଣ ହେବା ପରେ ଏହି ଦୃଶ୍ୟ ଦେଖାଯାଇଥିଲା । ଅଗ୍ନି-୫ ମିସାଇଲ ଉତକ୍ଷେପଣ ହେବା ପରେ ଟାର୍ଗେଟକୁ ହିଟ୍ କରିଥିଲା । ଏହି ଅଗ୍ନି-୫ ମିସାଇଲ ଓଡିଶା ଉପକୂଳରୁ ଉତକ୍ଷେପଣ ହୋଇ ଗନ୍ତବ୍ୟ ସ୍ଥଳକୁ ଯିବା ସମୟରେ ଆକାଶରେ ଏହା ଦୃଶ୍ୟମାନ ହୋଇଥିଲା । ଯାହାକୁ ଦେଖି କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ଲୋକେ ଏହାକୁ ଭିନ୍ନ ଭିନ୍ନ ଜିନିଷ ସହ ଯୋଡ଼ିଥିଲେ । ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପରୁ ସନ୍ଧ୍ୟା ସମୟରେ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ ହୋଇଥିଲା । ପ୍ରତିରକ୍ଷା ବିଭାଗର ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ ଏହି ମିସାଇଲକୁ ସଫଳତାର ସହିତ ପରୀକ୍ଷା କରିଥିବା ଡ଼ିଆରଡ଼ିଓ ପକ୍ଷରୁ କୁହାଯାଇଛି । ପୂର୍ବରୁ ଅଗ୍ନୀ-୫ କ୍ଷେପଣାସ୍ତ୍ରକୁ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଥିବା ବେଳେ, ଏହାକୁ ବର୍ଦ୍ଧିତ କରାଯାଇ ଲକ୍ଷ୍ୟଭେଦ କ୍ଷ୍ୟମତା ୫୪୦୦ କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଛି । Advertisement
ସୁରକ୍ଷାକର୍ମୀଙ୍କ ଗୁଳିରେ ଯୁବକ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏକଘରିଆ ଅଞ୍ଚଳରେ ଗୁଳି ମାଡରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣା ପଡ଼ିଛି । ଏକଘରିଆ ଠାରେ ବନ୍ଦ ହୋଇ…
୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର GST ଠକେଇ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଦୁଇ ଭାଇଙ୍କ ବ୍ୟବସାୟ ଅନୁଷ୍ଠାନ ରେ CT & GST ପକ୍ଷରୁ ଚଢ଼ାଉ କରାଯାଉଛି…
ସହିଦ ଦେବାଶିଷ ସେଠୀଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଦେଲା ସମ୍ବର୍ଦ୍ଧନା ଅନୁଗୁଳ – ମରୋଣତ୍ତର ଶୋର୍ଯ୍ୟ ଚକ୍ର ପୁରସ୍କୃତ ଦେବାଶିଷ ସେଠୀଙ୍କ ପରିବାରକୁ ଆଜି ଅନୁଗୁଳ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି । ମାଓବାଦୀଙ୍କ ସହ ଲଢେ଼ଇ କରି…