ଅପରାଧ ବ୍ରାଉନସୁଗାର ଜବତ – ବିକ୍ରି କରୁଥିବା ଅଭିଯୋଗରେ ମହିଳା ଗିରଫ Angul OnlineJuly 24, 2023July 24, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା କଲୋନିରୁ ଅବକାରୀ ବିଭାଗ ଦ୍ଵାରା ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବିକ୍ରି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳା ଜଣଙ୍କ ହେଲେ ଦେଉଳବେଡାର ସାଲିମା ବେଗମ । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଏକ ଲକ୍ଷ ୮୦ ହଜାର ଟଙ୍କା ହେବ । ସୁଚନା ଅନୁସାରେ ତାଳଚେର ଅଂଚଳରେ ବ୍ରାଉନସୁଗାର କାରବାର ବ୍ଯାପକ ହୋଇଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ବ୍ରାଉନସୁଗାର ବେପାରୀ ମାନଙ୍କ ଉପରେ କଡା ନଜର ରଖା ଯାଇଛି । ଦେଉଳବେଡାର ସାଲିମା ବେଗମ ଏହି କାରବାରରେ ସମ୍ପୃକ୍ତ ଥିବା ଅବକାରୀ ବିଭାଗ ପାଖରେ ସୁଚନା ଥିବା ବେଳେ ତା ଉପରେ ଅନେକ ଦିନ ହେଲା ନଜର ରଖା ଯାଇଥିଲା । ଆଜି ସାଲିମା ବ୍ରାଉନସୁଗାର ଧରି ଗରାଖ ଅପେକ୍ଷାରେ ଥିବା ବେଳେ ଅନୁଗୋଳ ଅବକାରୀ ବିଭାଗ ମୋବାଇଲ ସ୍କ୍ବାର୍ଡ ତାଙ୍କୁ କାବୁ କରି ନେଇଥିଲା । Advertisement
ଗୁଳି କରି ୬ ଲକ୍ଷ ଟଙ୍କା ଲୁଟ ଅନୁଗୁଳ – ଅନୁଗୁଳ ଟାଉନ ଥାନା କୁରୁଡୁଲୁ ନିକଟରେ ଗୁଳିମାଡ ଓ ଭୁଜାଲିରେ ଆକ୍ରମଣ କରି ମଦ ଦୋକାନ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ହୋଇଥିବା ଅଭିଯୋଗ…
ବିପୁଳ ପରିମାଣର ଦେଶୀ ମହୁଲି ମଦ ଏବଂ ମୋଟରସାଇକେଲ ଜବତ – ୫ ଗିରଫ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଶନିବାର ବଇଣ୍ଡା ଏବଂ ଆଠମଲ୍ଲିକ ଅବକାରୀ ବିଭାଗ ଚଢ଼ାଉ କରି ଥିଲା I ଚଢାଉ ବେଳେ ସଦାନନ୍ଦପୁର…
ନକଲି ଓକିଲ ଥାନାରେ ଅଟକ ଅନୁଗୁଳ – ଅନୁଗୁଳ ସବ ରେଜଷ୍ଟ୍ରି ଅଫିସରୁ ନକଲି ଓକିଲ ଠାବ କରି ପୁଲିସର ଜିମା ଦେଲେ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ । ସୂଚନା…