ଶୌଚାଳୟ ପାଇଁ ଦାବି କଲେ ମହିଳା

ଅନୁଗୁଳ – ଗାଁ ଲୋକଙ୍କ ପାଖରେ ନାହିଁ ଶୌଚାଳୟ । ବାହାରକୁ ଶୌଚ ହେବାକୁ ଯିବାକୁ ହେଲେ ମୃତ୍ୟୁ ସହ ଭେଟ କରିବାକୁ ପଡୁଛି । ଗାଁରେ ଅନେକ ଦିନ ହେଲା ହାତୀ ଉପଦ୍ରବ ବଢିଥିବା ଯୋଗୁଁ ସକାଳେ ଓ ସଞ୍ଜବେଳେ ବାହାରକୁ ଶୌଚ ହେବାକୁ ଯିବାକୁ ଭୟ କରୁଛନ୍ତି ଲୋକ । ଏଥିପାଇଁ ଗାଁର ମହିଳା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଉ ସେମାନଙ୍କୁ ଘରେ ଘରେ ଶୌଚାଳୟ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ ଲଙ୍ଗୁଳିଆବେଡା ଗାଁ । ଗ୍ରାମର ମହିଳା ମାନେ ଶୌଚାଳୟ ନିର୍ମାଣ ପାଇଁ ଆଜି ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଦୁଇ ରୁ ତିନି ବର୍ଷ ହେଲା ଲଙ୍ଗୁଳିଆବେଡା ଗ୍ରାମ ନିକଟରେ ହାତୀ ରହୁଛି। ସନ୍ଧ୍ୟା ହେଲେ ତାଟି କବାଟ ପଡୁଛି । ଘରୁ ପଦା କୁ ବାହାରିଲେ ଜୀବନ ପ୍ରତି ବିପଦ ରହୁଛି । କିଛି ଦିନ ଭିତରେ ହାତୀ ଆକ୍ରମଣରେ ଗ୍ରାମରୁ କିଛି ଲୋକଙ୍କର ଜୀବନ ଯାଇଛି। ଯାହା ପାଇଁ ଘରୁ ପଦାକୁ ବାହାରିଲେ ପାଦେ ପାଦେ ରେ ରହୁଛି ବିପଦ। ଶୌଚାଳୟ ନଥିବାରୁ ପଦା କୁ ଶୌଚାଳୟ ପାଇଁ ଯାଉଛନ୍ତି ଗ୍ରାମବାସୀ। ଶୌଚାଳୟ ପାଇଁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ ବୋଲି ଜିଲ୍ଲାପାଳଙ୍କୁ ଅଭିଯୋଗ କରୁଛନ୍ତି ଗ୍ରାମବାସୀ। ସୂଚନା ଯେ, ଲଙ୍ଗୁଳିଆବେଡା ଅଞ୍ଚଳରେ ପ୍ରାୟ ଦୁଇ ତିନି ବର୍ଷ ହେବ ହାତୀ ଚଳ ପ୍ରଚଳ କରୁଛନ୍ତି। ଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଶେଷ କରି ମହିଳା ମାନେ ବାହାରକୁ ଶୌଚ ହେବା ପାଇଁ ଯାଉଥିବାରୁ ସେମନଙ୍କ ପାଇଁ ବିପଦ ରହିଛି। ଏଣୁ ମହିଳା ମାନେ ଶୌଚାଳୟ ନିର୍ମାଣ କରିବା ପାଇଁ ପଞ୍ଚାୟତ ଠାରୁ ଆରମ୍ବ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି। ବ୍ଲକ ପକ୍ଷରୁ ଶୌଚାଳୟ ଦିଆ ଯିବ ନାହିଁ ବୋଲି କହିବାରୁ ମହିଳା ମାନେ ବାଧ୍ୟ ହୋଇ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page