ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ମହିଳା ମୃତ Angul OnlineSeptember 4, 2023September 4, 2023 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାଗଡିଆ ଦେଇ ଯାଇଥିବା ୧୫୩ ବି ଜାତୀୟ ରାଜପଥର ବାଗଡିଆ ବଡଯୋରା ନାଳ ନିକଟସ୍ଥ ମା ହିଙ୍ଗୁଳା ପିଠ ଠାରେ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି l ମୃତକ ମହିଳା ଜଣଙ୍କ ହେଲେ ବାଗଡିଆ ଥାନା ସଜରା ସାହିର ବାସନ୍ତୀ ସାହୁ ବୋଲି ଜଣା ପଡିଛି l ସୁଚନା ଅନୁସାରେ ସୋମବାର ଅପରାହ୍ନ ୩ ଟା ବେଳେ ସଜରାସାହିର ବାସନ୍ତୀ ସାହୁ ଛେଣ୍ଡିପଦାରୁ ନିଜଘରକୁ ଚାଲିଚାଲି ଫେରୁଥିବା ବେଳେ ବଡଯୋରା ନାଳ ନିକଟସ୍ଥ ହିଙ୍ଗୁଳା ପିଠଠାରେ ଛେଣ୍ଡିପଦାରୁ ଦୃତ ଗତିରେ ବାଗଡିଆ ଆଡକୁ ଯାଉଥିବା ଏକ ଅଜଣା ମୋଟରସାଇକେଲ ବାସନ୍ତୀଙ୍କୁ ପଛରୁ ଧକ୍କା ଦେଇଥିଲା l ଫଳରେ ମହିଳା ଜଣଙ୍କ ଅଚେତ ହୋଇ ରାସ୍ତାରେ ପଡ଼ିଥିବା ବେଳେ ଦୁର୍ଘଟଣା ଘଟଇଥିବା ଗାଡ଼ିରେ ବସିଯାଉଥିବା ଜୈନେକ ଯୁବତୀ ମଧ୍ଯ ଗୁରୁତର ହୋଇଥିଲେ l ଏହା ଦେଖି ଗାଡି ଚାଳକ ଜଣଙ୍କ ଘଟଣାସ୍ଥଳରେ ଯୁବତୀଙ୍କୁ ଛାଡି ଫେରାର ହୋଇଯାଇଥିଲା l ସ୍ଥାନିୟ ଲୋକେ ତୁରନ୍ତ ବାସନ୍ତୀ ଓ ଗୁରୁତର ଆହତ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଗଡିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ବାସନ୍ତିଙ୍କୁ ମୃତ ଘୋଷଣା କରିଥିଲେ l ତେବେ ଖବର ପାଇ ବାଗଡିଆ ଥାନା ପୁଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛନ୍ତି l ଏ ନେଇ ବାଗଡ଼ିଆ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି l ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ବସି ଆସୁଥିବା ଯୁବତୀ ଜଣଙ୍କ ଗାଡି ଚାଳକଙ୍କୁ ଚିହ୍ନି ନଥିବା ପ୍ରକାଶ କରିଛନ୍ତି l Advertisement
୧୯ ତାରିଖ ଦିନ ଅନୁଗୁଳ ଜିଲ୍ଲା ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସୁଭଦ୍ରା ପଦିଲ ନ୍ୟାୟ ମହାମଞ୍ଚ ପକ୍ଷରୁ ଆସନ୍ତା ୧୯ ତାରିଖ ଦିନ ପିଡିତା ସୁଭଦ୍ରାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଅନୁଗୁଳ…
ପଡ଼ୋଶୀକୁ ଟାଙ୍ଗିରେ ହାଣି ହତ୍ୟା ମାମଲା – ଶଳା-ଭିଣୋଇକୁ ଆଜୀବନ ଜେଲ ଅନୁଗୋଳ – ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟରେ ଏକ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଥିବା ବେଳେ ବିଚାରପତି ରଞ୍ଜିତା ଜ୍ୟୋତିଶି…
ରାଜପଥ ପାଇଁ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ – ମରାମତି ଓ ନୋ ଏଣ୍ଟ୍ରିର ମିଳିଲା ପ୍ରତିଶ୍ରୁତି ଅନୁଗୁଳ – ସମୂହ ଭାବେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଜନ ଗଣ ମନ ଅଧିନାୟକ , ଭାରତ ଭାଗ୍ୟ ବିଧାତା ଗାନ କଲେ । ସେହି…