ଅନୁଗୁଳ – ଚେକ ବାଉନସ ମାମଲାରେ ଅଭିଯୁକ୍ତ ମହିଳାଙ୍କୁ ୬ ମାସ କାରାଦଣ୍ଡ ସହ ୭ ଲକ୍ଷ ଟଙ୍କା ଭରଣା ଦେବାକୁ ନିର୍ଦେଶ । ଟଙ୍କା ନ ଦେଲେ ଅଧିକ ୨ ମାସ ଜେଲ ଭୋଗିବାକୁ ନିର୍ଦେଶ ଦେଲେ କୋର୍ଟ ।

ସୂଚନା ଅନୁସାରେ ଅନୁଗୁଳ ଅମଲାପଡାର କୁମାରୀ ଦେଇ ନାମକ ଜଣେ ମହିଳା ତାଙ୍କ ବନ୍ଧୁ ଶିକ୍ଷକପଡାର ଦିଲୀପ ସେଠିଙ୍କ ଠାରୁ ନିଜ ବ୍ୟବସାୟ ପାଇଁ ୫ ଲକ୍ଷ ଟଙ୍କା ହାତ ଉଧାରୀ ନେଇଥିଲେ । ୬ ମାସ ଭିତରେ ଟଙ୍କା ଫେରସ୍ତ କରିବାର ପ୍ରତିଶୃତି ଦେଇ ବ୍ୟାଙ୍କର ଏକ ଚେକ ଦେଇଥିଲେ । ତେବେ ୬ ମାସ ପରେ କୁମାରୀ ଦେଇ ଟଙ୍କା ଫେରସ୍ତ ନ କରି ଆଉ ୪ ମାସ ସମୟ ମାଗିଥିଲେ । ତେବେ ପୁଣି ୪ ମାସ ବିତିଗଲା ପରେ ଟଙ୍କା ଫେରସ୍ତ ନ କରିବାରୁ ଦିଲୀପ ବ୍ୟାଙ୍କରେ ଚେକ ଜମା କରିଥିଲେ । ହେଲେ ଚେକ ବାଉନସ ହୋଇ ଯାଇଥିଲା । ଯାହାକୁ ନେଇ ଦିଲୀପ କୋର୍ଟର ଆଶ୍ରୟ ନେଇଥିଲେ । ଆଉ ଆଜି ଏହାର ଶୁଣାଣି କରି ମାନ୍ୟବର ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ ଅଭିଯୁକ୍ତ କୁମାରୀ ଦେଇଙ୍କୁ ୬ ମାସ କାରାଦଣ୍ଡ ସହ ୭ ଲକ୍ଷ ଟଙ୍କା ଭରଣା କରିବାକୁ ନିର୍ଦେଶ ଦେଇଛନ୍ତି ।

