ପଥରରେ ଛେଚି ମହିଳାଙ୍କୁ ହତ୍ୟା – ବୋହୁ, ସମୁଦୁଣି ଅଟକ

ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ ରହୁଥିବା ଏକ ଭଡା ଘରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ସଦର ପୁଲିସ । ମୃତ ମହିଳା ଜଣଙ୍କ ହେଲେ କୁନି ନାୟକ ବୋଲି ଜଣା ପଡିଛି।

ସୂଚନା ଅନୁସାରେ , ଗତ କାଲି ରାତି ୧୦ ଘଟିକା ବେଳେ କୁନିଙ୍କ ପୁଅ କାହ୍ନୁ ନାୟକ କୁନିଙ୍କୁ ଖାଇବା ପାଇଁ ଡାକିବା ପାଇଁ ଯାଇଥିବା ବେଳେ ଘରର କବାଟ ବନ୍ଦ ରହିଥିଲା। କବାଟ ଖୋଲି ଦେଖିଲା ବେଳକୁ କୁନି ତଳେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡ଼ିଛନ୍ତି । ସଙ୍ଗେ ସଙ୍ଗେ ସଦର ପୁଲିସକୁ କାହ୍ନୁ ଖବର ଦେଇଥିଲେ। ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ଅଧିକ ତଦନ୍ତ କରିବା ସହ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। 

ପୁଲିସର ପ୍ରାଥମିକ ତଦନ୍ତ ଜଣା ପଡିଛି ଯେ, କୁନିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ଏହି ଘଟଣାରେ କୁନିଙ୍କ ବୋହୂ ଏବଂ ସମୁଦୁଣିଙ୍କୁ ପୁଲିସ ଅଟକ ରଖିଛି

Advertisement

Leave a Reply

Your email address will not be published. Required fields are marked *

You cannot copy content of this page