ଆଞ୍ଚଳିକ ଜନ୍ମ ନେଲା ଅଦ୍ଭୁତ ବାଛୁରୀ – ପୂଜା କରୁଛନ୍ତି ଲୋକ Angul OnlineJanuary 19, 2021January 19, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଯାହାକୁ ଦେଖି ଗାଇର ମାଲିକ ଯେ କେବଳ ଆଶ୍ଚର୍ଯ୍ୟ ହୋଇଛନ୍ତି ତା ନୁହେଁ , ଅଞ୍ଚଳରେ ବେଶ ଚର୍ଚାର ବିଷୟ ପାଲଟିଛି ମଧ୍ୟ । ଆଉ ଏହି ଅଦ୍ଭୁତ ବାଛୁରୀକୁ ଦେଖିବା ସହ ପୂଜା କରିବାକୁ ଭିଡ ଜମୁଛି । ପ୍ରକୃତ କଥା ହେଲା ବାଛୁରୀଟିର ଶରୀର ସ୍ଵାଭାବିକ ରହିଥିବାବେଳେ ମୁଣ୍ଡରେ ରହିଛି ତିନୋଟି ଆଖି । ଆଉ ଏବେ ତ୍ରିନେତ୍ର ମାନେ ଭଗବାନ ଶିବ ଆସିଥିବା ବିଶ୍ଵାସ କରି ଲୋକ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର କଙ୍କିଳି ନୂଆଁ ସାହିର ଶ୍ରୀକାନ୍ତ ଦେହୁରୀ ଙ୍କ ଘରେ ଗତ କିଛି ଦିନ ତଳେ ଏକ ବାଛୁରୀ ଜନ୍ମ ଗ୍ରହଣ କରିଥିଲା । ବାଛୁରୀ ଏକଦମ ସୁସ୍ଥସବଳ ରହିଥିବା ଯୋଗୁଁ ଖୁସି ହୋଇ ଯାଇଥିଲେ ଶ୍ରୀକାନ୍ତ । ହେଲେ ହଠାତ ତାଙ୍କ ନଜର ପଡିଥିଲା ବାଛୁରୀ ମୁଣ୍ଡରେ । ଆଉ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେ । କାରଣ ବାଛୁରୀର ଦୁଇଟି ଆଖି ଯଥା ସ୍ଥାନରେ ଥିବା ବେଳେ କପାଳ ରେ ମଧ୍ୟ ରହିଥିଲା ଅନ୍ୟ ଏକ ଆଖି । ଆଉ ଏହା ଦେଖି ସେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ଭଗବାନଙ୍କ ରୂପ ଭାବି ପ୍ରଥମେ ପୂଜାର୍ଚନା କରିଥିଲେ । ଆଉ ଏହି ଖବର ପ୍ରସାର ହେବା ପରେ ଲୋକଙ୍କ ସୁଅ ମଧ୍ୟ ଛୁଟିଥିଲା । ଆଉ ଏବେ ମଧ୍ୟ ବିଭିନ୍ନ ସ୍ଥାନରୁ ଲୋକ ଆସି ପୂଜା କରୁଛନ୍ତି । ଏହା ସହ ଦେଖଣାହାରୀ ମଧ୍ୟ ଅନେକଙ୍କ ଭିଡ ଜମୁଛି । Advertisement
ମମିତା ହତ୍ୟାକାଣ୍ଡ ତାତି ଅନୁଗୁଳରେ – ବିଜେପି ଯୁବମୋର୍ଚ୍ଚାର ଏସପି ଅଫିସ ଆଗରେ ପୁଲିସ ସହ ଧସ୍ତାଧସ୍ତି ଅନୁଗୁଳ – କଳାହାଣ୍ଡି ମହାଲିଙ୍ଗର ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ବିଜେଡି ସରକାରର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆଜି(ଶୁକ୍ରବାର) ଅନୁଗୁଳ…
ଗାଁରେ ୨୫ ହାତୀ – ଭୟଭୀତ ଗ୍ରାମବାସୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ମହିଧରପୁର ନୂଆସାହିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରାୟ ୨୫ରୁ ଅଧିକ ହାତୀ ଆଜି…
କୋଭିଡ ହସ୍ପିଟାଲ ପାଇଁ ଚିଠି ଲେଖିଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଜିଲ୍ଲାରେ ଦୁଇଟି କୋଭିଡ…