ଆଞ୍ଚଳିକ ଜନ୍ମ ନେଲା ଅଦ୍ଭୁତ ବାଛୁରୀ – ପୂଜା କରୁଛନ୍ତି ଲୋକ Angul OnlineJanuary 19, 2021January 19, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଯାହାକୁ ଦେଖି ଗାଇର ମାଲିକ ଯେ କେବଳ ଆଶ୍ଚର୍ଯ୍ୟ ହୋଇଛନ୍ତି ତା ନୁହେଁ , ଅଞ୍ଚଳରେ ବେଶ ଚର୍ଚାର ବିଷୟ ପାଲଟିଛି ମଧ୍ୟ । ଆଉ ଏହି ଅଦ୍ଭୁତ ବାଛୁରୀକୁ ଦେଖିବା ସହ ପୂଜା କରିବାକୁ ଭିଡ ଜମୁଛି । ପ୍ରକୃତ କଥା ହେଲା ବାଛୁରୀଟିର ଶରୀର ସ୍ଵାଭାବିକ ରହିଥିବାବେଳେ ମୁଣ୍ଡରେ ରହିଛି ତିନୋଟି ଆଖି । ଆଉ ଏବେ ତ୍ରିନେତ୍ର ମାନେ ଭଗବାନ ଶିବ ଆସିଥିବା ବିଶ୍ଵାସ କରି ଲୋକ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର କଙ୍କିଳି ନୂଆଁ ସାହିର ଶ୍ରୀକାନ୍ତ ଦେହୁରୀ ଙ୍କ ଘରେ ଗତ କିଛି ଦିନ ତଳେ ଏକ ବାଛୁରୀ ଜନ୍ମ ଗ୍ରହଣ କରିଥିଲା । ବାଛୁରୀ ଏକଦମ ସୁସ୍ଥସବଳ ରହିଥିବା ଯୋଗୁଁ ଖୁସି ହୋଇ ଯାଇଥିଲେ ଶ୍ରୀକାନ୍ତ । ହେଲେ ହଠାତ ତାଙ୍କ ନଜର ପଡିଥିଲା ବାଛୁରୀ ମୁଣ୍ଡରେ । ଆଉ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେ । କାରଣ ବାଛୁରୀର ଦୁଇଟି ଆଖି ଯଥା ସ୍ଥାନରେ ଥିବା ବେଳେ କପାଳ ରେ ମଧ୍ୟ ରହିଥିଲା ଅନ୍ୟ ଏକ ଆଖି । ଆଉ ଏହା ଦେଖି ସେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ଭଗବାନଙ୍କ ରୂପ ଭାବି ପ୍ରଥମେ ପୂଜାର୍ଚନା କରିଥିଲେ । ଆଉ ଏହି ଖବର ପ୍ରସାର ହେବା ପରେ ଲୋକଙ୍କ ସୁଅ ମଧ୍ୟ ଛୁଟିଥିଲା । ଆଉ ଏବେ ମଧ୍ୟ ବିଭିନ୍ନ ସ୍ଥାନରୁ ଲୋକ ଆସି ପୂଜା କରୁଛନ୍ତି । ଏହା ସହ ଦେଖଣାହାରୀ ମଧ୍ୟ ଅନେକଙ୍କ ଭିଡ ଜମୁଛି । Advertisement
ଡାକ୍ତରଖାନା ନିକଟସ୍ଥ ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତ ବୃ୍ଦ୍ଧା ଜଣଙ୍କ…
ଟିଟିପିଏସ ଟାଉନସିପ୍ ସୁରକ୍ଷାକର୍ମୀଙ୍କ ଧାରଣା ଅନୁଗୁଳ – ବକେୟା ଦରମା ଓ ଅନ୍ୟାନ୍ୟ ଦାବି ନେଇ ସୁରକ୍ଷାକର୍ମୀଙ୍କ ଧାରଣା । ଶୁକ୍ରବାର ତାଳଚେର ଥର୍ମାଲ ଟାଉନସିପ୍ ରେ ନିୟୋଜିତ ଜସମିତ ଚୌହ୍ଵାନ ସିକ୍ୟୁରିଟି…
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୧ ଜିନ୍ଦଲ ନଗର ପରିସରସ୍ଥିତ ଆଶା ଦି ହୋପ କେନ୍ଦ୍ର ଠାରେ…