ମୁଖ୍ୟ ଖବର ଖଣିରେ ବିଦ୍ଯୁତ ଆଘାତରେ ଶ୍ରମିକ ମୃତ Angul OnlineMay 26, 2023May 26, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣିରେ ଆଜି ଏକ ଅଘଟଣ ଘଟି ଯାଇଛି । ଖଣିରେ ବିଦ୍ୟୁତ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ ଠିକା ବିଦ୍ୟୁତ କର୍ମଚାରୀ ଜଣକ କନ୍ଧବେରେଣି ଗ୍ରାମର ବିପିନ ରାଉତ ବୋଲି ଜଣା ପଡିଛି । ସୁଚନା ଅନୁସାରେ ବିପିନ ଏକ ଖୁଣ୍ଟରେ ଚଢି ବିଦ୍ଯୁତ ମରାମତି କରୁଥିଲେ । ସେହି ସମୟରେ କରେଣ୍ଟ ଆସିଯିବାରୁ ବିପିନ ଶକ୍ତ ଧକ୍କା ଖାଇ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ଷତିପୂରଣ ଦାବିରେ ଗ୍ରାମବାସୀକ ଖଣି ବନ୍ଦ ଆନ୍ଦୋଳନ କରିଥିଲେ । ପରେ ବୁଝାସୁଝା କରିବା ଯୋଗୁଁ ଅନ୍ଦୋଳନ ପ୍ରତ୍ଯାହ୍ରୁତ ହୋଇଥିଲା । Advertisement
ମହିଳାଙ୍କୁ ପ୍ରେମ ନିବେଦନ କରିବାକୁ ଯାଇ ଫସିଗଲେ ପୁଲିସ ବାବୁ ଅନୁଗୁଳ – ଘରେ କେହି ନଥିବା ବେଳେ ତଦନ୍ତର ଆଳ ଦେଖାଇ ଘର ଭିତରକୁ ଯାଇ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରି ଶୁକ୍ରବାର ଜଣେ ପୁଲିସ…
ଜାତୀୟ ରାଜପଥର ଅବସ୍ଥା ପାଇଁ ଏଜେନ୍ସି ଦାୟୀ – ମହେଶ ସାହୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ହେଉ କିମ୍ବା ତାଳଚେର , ପାଲଲହଡା ଦେଇ ଯାଇଥିବା ଅନ୍ୟ ରାଜପଥ ଗୁଡିକର ଅବସ୍ଥା…
ତିନି ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଦେଲେ ଇସ୍ତଫା ଅନୁଗୁଳ – ଅନୁଗୁଳ ତିନି ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ (ବାବୁ ପଟ୍ଟନାୟକ) ଶୁକ୍ରବାର ହଠାତ୍ ଜିଲ୍ଲା ପରିଷଦ ସଭ୍ୟ ପଦରୁ ଇସ୍ତଫା…