ମୁଖ୍ୟ ଖବର ବାଲକୋନୀରୁ ପଡି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ Angul OnlineMarch 12, 2022March 12, 2022 ଅନୁଗୁଳ – ଅନୁଗୁଳ ପ୍ରଗତିନଗର ଠାରେ ଶନିବାର ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ମୃତକ ପରିବା ବ୍ୟବସାୟୀ ଜଣକ ରନ୍ତଲେଇ ଗ୍ରାମର ହେଲେ ମାନସ ସାହୁ । ମାନସ ଶନିବାର ହାଟରୁ କାରବାର ସାରି ପ୍ରଗତିନଗରରେ ରହୁଥିବା ତାଙ୍କର ପରିଚିତ ସୌମେନ୍ଦ୍ର ସାହୁ ଘରକୁ ଯାଇଥିଲେ । ସୌମେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ କହିବା ମୁତାବକ ମାନସ କଥାବାର୍ତ୍ତା ବେଳେ ଭଡ଼ାଘରର ଦ୍ଵିତୀୟ ମହଲାରୁ ତଳକୁ ଖସି ପଡ଼ିଥିଲେ । ଏଣୁ ସେମାନେ ମାନସଙ୍କୁ ସେଠାରୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଡାକ୍ତର ସେଠାରେ ମାନସକୁ ମୃତ ଘୋଷଣା କରିଥିଲେ । ମାନସଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ସହ ମାନସକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି । ସୌମେନ୍ଦ୍ରଙ୍କ ସହ ମାନସଙ୍କ କି ସମ୍ପର୍କ ଏବଂ କେଉଁ ପରିସ୍ଥିତିରେ ସେ ବାଲକୋନୀରୁ ଖସି ପଡ଼ିଲେ ନା ଏଥିରେ ଆଉ କିଛି ରହସ୍ୟ ଅଛି ସେ ନେଇ ପୁଲିସ ତଦନ୍ତ କରୁଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି । Advertisement
ପରିବାରର ସଦସ୍ୟ ଭଳି ରୀତିନୀତିରେ କୁକୁରର ଅନ୍ତିମ ସଂସ୍କାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଦୁର୍ଗାପୁର ଗାଁରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପଶୁ ପ୍ରତି ମଣିଷର ଭଲପାଇବା କେତେ ଗଭୀର ତାହାର ଏକ ଜ୍ୱଳନ୍ତ…
ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରକ – ଜଣେ ମୃତ ଅନୁଗୁଳ – ତାଳଚେର-ବଅଁରପାଳ ୧୪୯ ନମ୍ବର ରାଜପଥର ନୂଆପଡା ଗ୍ରାମ ନିକଟରେ ଏକ ସ୍କୁଟିକୁ ପଛପଟୁ ଟ୍ରକ ଧକ୍କା ଦେଇ ସ୍କୁଟି ଚାଳକ ଉପରେ ଚଢି ଯିବା…
ଭାଇକୁ ମାରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି ଅନୁଗୁଳ – ଭାଇକୁ ହତ୍ୟା କରିବା ପାଇଁ ଭାଇ ଦେଇଥିଲା ୫ ଲକ୍ଷ ଟଙ୍କାର ସୁପାରି । ହେଲେ ରଖେ ହଋ ତ ମାରେ କିଏ ?…