ମୁଖ୍ୟ ଖବର ବାଲକୋନୀରୁ ପଡି ଯୁବ ବ୍ୟବସାୟୀଙ୍କ ମୃତ୍ୟୁ Angul OnlineMarch 12, 2022March 12, 2022 ଅନୁଗୁଳ – ଅନୁଗୁଳ ପ୍ରଗତିନଗର ଠାରେ ଶନିବାର ସକାଳ ପ୍ରାୟ ସାଢେ଼ ଆଠଟା ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ ମୃତକ ପରିବା ବ୍ୟବସାୟୀ ଜଣକ ରନ୍ତଲେଇ ଗ୍ରାମର ହେଲେ ମାନସ ସାହୁ । ମାନସ ଶନିବାର ହାଟରୁ କାରବାର ସାରି ପ୍ରଗତିନଗରରେ ରହୁଥିବା ତାଙ୍କର ପରିଚିତ ସୌମେନ୍ଦ୍ର ସାହୁ ଘରକୁ ଯାଇଥିଲେ । ସୌମେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ କହିବା ମୁତାବକ ମାନସ କଥାବାର୍ତ୍ତା ବେଳେ ଭଡ଼ାଘରର ଦ୍ଵିତୀୟ ମହଲାରୁ ତଳକୁ ଖସି ପଡ଼ିଥିଲେ । ଏଣୁ ସେମାନେ ମାନସଙ୍କୁ ସେଠାରୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ଡାକ୍ତର ସେଠାରେ ମାନସକୁ ମୃତ ଘୋଷଣା କରିଥିଲେ । ମାନସଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ସହ ମାନସକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି । ସୌମେନ୍ଦ୍ରଙ୍କ ସହ ମାନସଙ୍କ କି ସମ୍ପର୍କ ଏବଂ କେଉଁ ପରିସ୍ଥିତିରେ ସେ ବାଲକୋନୀରୁ ଖସି ପଡ଼ିଲେ ନା ଏଥିରେ ଆଉ କିଛି ରହସ୍ୟ ଅଛି ସେ ନେଇ ପୁଲିସ ତଦନ୍ତ କରୁଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି । Advertisement
ଅଭିଯୋଗ ଶୁଣାଣି ପାଲଟିଛି ପ୍ରହସନ – ଆସୁ ନାହାନ୍ତି ଅଧିକାରୀ ଛେଣ୍ଡିପଦା – ଲୋକମାନଙ୍କ ସୁବିଧା ଅସୁବିଧା ଦୂର କରିବା ଏବଂ ସରକାରୀ କଳର ସ୍ବଚ୍ଛତା ପାଇଁ ରାଜ୍ୟସରକାର ପ୍ରତ୍ୟେକ ପଞ୍ଚାୟତରେ ଲୋକ ମାନଙ୍କ ଅଭିଯୋଗ ଗ୍ରହଣ କରିବା…
ଭକ୍ତ ବିନା ପୂଜା ପାଇବେ ମା’ ଅଗ୍ନିସ୍ଵରୂପା ହିଙ୍ଗୁଳା ତାଳଚେର – ଚଳିତ ବର୍ଷ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । କୋଭିଡର ଭୟାବହତାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି…
କଣ୍ଟେନର ଧକ୍କାରେ ଶିକ୍ଷକ ମୃତ ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡାର ଜଣେ ଶିକ୍ଷକ କୌଣସି କାର୍ଯ୍ୟରେ ପାଲଲହଡା ୪୯ ନମ୍ବର ଜାତୀୟ ରାଜପଥରେ କାଉଁସିରିପାଲି ପଟ ରାସ୍ତାରେ ନିଜ ସ୍କୁଟିରେ …