ଅନୁଗୁଳ – ଜୀବନ ସହ ସଂଗ୍ରାମ କରୁଛି ଓମ । ମାତ୍ର ତେର ବର୍ଷ ବୟସ । ହେଲେ ନିଷ୍ଠୁର ଭଗବାନ ଦେଇଛି ବଡ ରୋଗ । ରକ୍ତ କର୍କଟ(ବ୍ଲଡ଼ କ୍ୟାନ୍ସର) ରୋଗରେ ପୀଡିତ ଓମ । ଆଉ ପୁଅର ଚିକିତ୍ସା ପାଇଁ ଦରକାର ପଡୁଛି ଟଙ୍କା । ହେଲେ ଟଙ୍କା ଅଭାବରୁ ପ୍ରତିଦିନ ପୁଅର ମରଣ ସାର୍ଟିଫିକେଟରେ ଦସ୍ତଖତ କରୁଛନ୍ତି ବାପା । ପୁଅର ଚିକିତ୍ସା ପାଇଁ ଅର୍ଥ ମାଗିବାରୁ ମାଲିକ ଚାକିରିରୁ ବାହାର କରିଦେଲେ । ଓମକୁ ବଞ୍ଚାଇବାକୁ ଯାଇ ସର୍ବହରା ହୋଇଗଲେଣି ପରିବାର । ଆଉ ରୋଗ କଷ୍ଟ ଓ ଅର୍ଥ ଅଭାବ ସହିପାରୁ ନାହାନ୍ତି ଓମ ଓ ତାର ପରିବାର ।


