ମୁଖ୍ୟ ଖବର ନଦୀକୁ ଡ଼େଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ – ପାଣି ଭିତରୁ ଉଦ୍ଧାର କଲେ ସ୍ଥାନୀୟ ଲୋକ(ଭିଡିଓ) Angul OnlineAugust 20, 2022August 20, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଅନ୍ତର୍ଗତ ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଆଜି ସକାଳ ପ୍ରାୟ ୭ ଟା ବେଳେ ସମଲ ବ୍ୟାରେଜର ୨୪ ନମ୍ବର ଗେଟ୍ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପାଖରେ ଉପସ୍ଥିତ ଥିବା ଅଞ୍ଚଳବାସୀ ଏହା ଦେଖି ହଠାତ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ବ୍ୟାରେଜ୍ କର୍ତ୍ତୃପକ୍ଷ ଖୋଲା ଥିବା ନିକଟସ୍ଥ ଗେଟ୍ ଗୁଡିକୁ ବନ୍ଦ କରିଥିଲେ । ସ୍ଥାନୀୟ କିଛି ଲୋକ ଗେଟ୍ ତଳକୁ ଯାଇ ଯୁବତୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବା ପରେ ଡଙ୍ଗା ସାହାଯ୍ୟରେ ତାଙ୍କୁ କୁଳରେ ପହଞ୍ଚାଇଥିଲେ । ଯୁବତୀକୁ ଉଦ୍ଧାର କରିବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମଣ୍ଡାପାଳ ଚିକିତ୍ସାଳୟକୁ ପଠାଯାଇଛି । ତେବେ ଯୁବତୀ ଜଣଙ୍କ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଜଣା ପଡି ନାହିଁ । ସେପଟେ ସ୍ଥାନୀୟ ଲୋକଙ୍କ ସହସିକତା ପାଇଁ ଯୁବତୀଙ୍କ ଜୀବନ ବଞ୍ଚି ଯାଇଛି । ଏଥିପାଇଁ ଉଦ୍ଧାର କରିଥିବା ତିନି ଯୁବକଙ୍କୁ ଚାରିଆଡୁ ପ୍ରଶଂସା କରା ଯାଉଛି । https://angulonline.com/odia/wp-content/uploads/2022/08/fbvge.mp4 Advertisement
ଲକ୍ଷାଧିକ ଟଙ୍କାର ବାୟୋ ଡିଜେଲ ଜବତ – ପଛରେ ବଡ ରାକେଟ କାମ କରୁଥିବା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳରୁ ଟ୍ୟାଙ୍କରରେ ଲକ୍ଷାଧିକ ଟଙ୍କାର ଡିଜେଲ ଜବତ କରା ଯାଇଛି । ଟ୍ୟାଙ୍କରକୁ ଜବତ୍ କରାଯିବା ପରେ ପ୍ରାଥମିକ ତଦନ୍ତରୁ…
ଜେଲରୁ ଛୁ ମାରିଲେ ଦୁଇ କଏଦୀ – ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ କାରାଗାରର ପାଚେରୀ ଡେଇଁ ଦୁଇ ବିଚରାଧୀନ କଏଦୀ ଫେରାର ହୋଇ ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି…
ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ତେଲିସିଙ୍ଗା ଗାଁରେ ଅଭାବନୀୟ ଘଟଣା ଘଟି ଯାଇଛି । ପ୍ରେମରେ ବିଫଳ ହୋଇ ଘରେ ରଶି ଲଗାଇ…