ମୁଖ୍ୟ ଖବର ରଘୁ ଆଉ ନାହିଁ Angul OnlineMay 28, 2021May 28, 2021 ଅନୁଗୁଳ – କରୋନା ନେଲା ସାମ୍ବାଦିକଙ୍କ ଜୀବନ । ଅନୁଗୁଳ ଜିଲ୍ଲାରେ ବୈଦ୍ୟୁତିକ ଗଣମାଧ୍ୟମ ‘ଜି କଳିଙ୍ଗ’ ପାଇଁ କାର୍ଯ୍ୟରତ ସାମ୍ବାଦିକ ରଘୁନାଥ ସାହୁଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି । କିଡନୀ ଏବଂ ଲିଭରରେ ସମସ୍ୟା ଯୋଗୁଁ ସେ ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇପଡ଼ିଥିଲେ । ଗତକାଲି ତାଙ୍କ ପାଖରେ କରୋନା ଲକ୍ଷଣ ଦେଖାଯିବା ପରେ ଶୁକ୍ରବାର ସକାଳେ ତାଙ୍କୁ ଭୁବବେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅପରାହ୍ନରେ ତାଙ୍କ ମୃତ ଦେହ ନିଜ ଗାଁ ଟାଇସିଁ ଠାରେ ପହଞ୍ଚିଥିଲା । ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୨୯ ବୟସ ହୋଇଥିଲା । ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ହେଲା ରଘୁ ଅନୁଗୁଳରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି । ଜଣେ ନିର୍ଭିକ ସାମ୍ବାଦିକ ଭାବେ ସେ ବେଶ ପରିଚିତ ଥିଲେ । ମହାନଦୀରେ ବନ୍ୟା ହେଉ ଅବା ତାଳଚେରରେ ଖଣି ଆନ୍ଦୋଳନ, ପୁଣି ସାତକୋଶିଆରେ ବାଘୁଣି ଆତଙ୍କ, ସବୁଠି ରଘୁକୁଙ୍କୁ ଦେଖିବାକୁ ମିଳୁଥିଲା । ଯେତେ ବାଧାବିଘ୍ନ ଥିଲେ ମଧ୍ୟ ସାହସିକତାର ସହ ସମ୍ବାଦିକତା କରି ସେ ରାଜ୍ୟ ସ୍ତରରୁ ମଧ୍ୟ ବେଶ ପ୍ରଶଂସା ସାଉଁଟି ଥିଲେ । ସମାଜର ବିଭିନ୍ନ ବର୍ଗ ଦ୍ବାରା ସେ ବେଶ ଆଦର ପାଉଥିଲେ । ସାମ୍ବାଦିକତା ସହିତ ତାଙ୍କ ସମାଜସେବା ଏବଂ କବିତା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇପାରିଥିଲା । ତାଙ୍କ ମୃତ୍ୟୁରେ ବିଭିନ୍ନ ବର୍ଗରେ ଶୋକର ଛୟା ଖେଳିଯାଇଛି । Advertisement
ଗାଁରେ ଅଜଣା ଜନ୍ତୁ ଆତଙ୍କ – ୧୦ ରୁ ଅଧିକ ଛେଳି ମାରି ଖାଇଦେଲା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନଖଣ୍ଡ ହିଡ଼ସିଂହ ଗାଁରେ ଅଜଣା ଜନ୍ତୁ ଆତଙ୍କ । ଆଜି(ଶନିବାର) ସନ୍ଧ୍ୟାରେ ଗାଁର ୨ ଟି ଛେଳିଙ୍କର ଅଜଣା ଜନ୍ତୁ…
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ – ଜ୍ଵାଇଁ ଘରୁ ମିଳିଲା ପୁଳା ପୁଳା ଟଙ୍କା ଅନୁଗୁଳ – ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଠମଲ୍ଲିକ ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ରାମଚନ୍ଦ୍ର ଶତପଥୀଙ୍କର ୧୯ଟି ଜାଗାରେ…
ଦୁଇ ମୋଟରସାକେଲ ମୁହାଁମୁହିଁ ଧକ୍କା – ଜଣେ ମୃତ , ୩ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ସାନ୍ତରାପୁର ଛକ ଠାରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା…