ଅପରାଧ ହୋଟେଲ ଭିତରେ ଯୁବକଙ୍କ ଆତ୍ମହତ୍ୟା Angul OnlineJuly 14, 2022July 14, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ହାଣ୍ଡିଧୂଆଁ ସ୍ଥିତ ଏକ ଘରୋଇ ହୋଟେଲ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ରାମଚନ୍ଦ୍ର ଦାସ । ସେ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି । ତେବେ ସେ ଦୁଇଦିନ ହେବ କୌଣସି କାମରେ ତାଳଚେର ଆସି ଏହି ହୋଟେଲର ୩୦୧ ନମ୍ବର ରୁମରେ ରହୁଥିଲେ । ତେବେ ଗତକାଲି ସନ୍ଧ୍ୟାରେ ସେ କବାଟ ନ ଖୋଲିବାରୁ ହୋଟେଲ କତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କୋଲିୟାରୀ ପୁଲିସ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେଇଥିଲା । ଆଜି(ଗୁରୁବାର) ପରିବାର ଲୋକଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରିଥିଲେ । ତେବେ ରାମଚନ୍ଦ୍ର କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ସେ ଗତ ୧୫ ଦିନ ତଳେ ବାହାଘର ହୋଇଥିବା ବେଳେ ଘରେ ଝଗଡା ହୋଇ କାମଧନ୍ଦା ସନ୍ଧାନରେ ତାଳଚେର ଆସିଥିବା ଜଣା ପଡିଛି । ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ଦୁଇ ଚନ୍ଦନ ଗଛ ଚୋର ଗିରଫ – ଚନ୍ଦନ କାଠ ଜବତ ଅନୁଗୁଳ – ଅନୁଗୁଳ ଡିଆଇଜିଙ୍କ ସରକାରୀ ବାସଭବନରେ ଥିବା ଏକ ଚନ୍ଦନ ଗଛକୁ କାଟି ସୋମବାର ଚୋରି ଉଦ୍ୟମ ହୋଇଥିଲା । ଏହା ଜଣାପଡ଼ିବା ପରେ ପୁଲିସ…
ଖାଇବା ଦେଉଥିଲା ପୁତୁରା – ପିଟିପିଟି ମାରିଦେଲା ଦାଦା ଅନୁଗୁଳ – ପୁତୁରାକୁ ପିଟି ପିଟି ମାରିଦେଲା ଦାଦା। ପୁତୁରା ଭାତ ମାଂସ ନେଇ ଖାଇବାକୁ ଦେବା ବେଳେ ପୁତୁରାକୁ ବାଉଁଶ ଠେଙ୍ଗାରେ ପିଟି ପିଟି ଦାଦା…
ଛାତ୍ରୀଙ୍କୁ କମେଣ୍ଟ କରି ବନ୍ଧାହେଲେ ଦୁଇ ରୋଡ଼ ରୋମିଓ ଛେଣ୍ଡିପଦା – ଦୁଇ ରୋଡ୍ ରୋମିଓଙ୍କୁ ଗିରଫ କଲା ପୁଲିସ । ଜଣେ ଛାତ୍ରୀ କଲେଜରୁ ଛେଣ୍ଡିପଦା ମେଡିକାଲ ପଛପାଖ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ…