ଅପରାଧ ହୋଟେଲ ଭିତରେ ଯୁବକଙ୍କ ଆତ୍ମହତ୍ୟା Angul OnlineJuly 14, 2022July 14, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ହାଣ୍ଡିଧୂଆଁ ସ୍ଥିତ ଏକ ଘରୋଇ ହୋଟେଲ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ରାମଚନ୍ଦ୍ର ଦାସ । ସେ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି । ତେବେ ସେ ଦୁଇଦିନ ହେବ କୌଣସି କାମରେ ତାଳଚେର ଆସି ଏହି ହୋଟେଲର ୩୦୧ ନମ୍ବର ରୁମରେ ରହୁଥିଲେ । ତେବେ ଗତକାଲି ସନ୍ଧ୍ୟାରେ ସେ କବାଟ ନ ଖୋଲିବାରୁ ହୋଟେଲ କତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କୋଲିୟାରୀ ପୁଲିସ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେଇଥିଲା । ଆଜି(ଗୁରୁବାର) ପରିବାର ଲୋକଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରିଥିଲେ । ତେବେ ରାମଚନ୍ଦ୍ର କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ସେ ଗତ ୧୫ ଦିନ ତଳେ ବାହାଘର ହୋଇଥିବା ବେଳେ ଘରେ ଝଗଡା ହୋଇ କାମଧନ୍ଦା ସନ୍ଧାନରେ ତାଳଚେର ଆସିଥିବା ଜଣା ପଡିଛି । ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ଦଶ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଅନୁଗୁଳ – ନାବାଳିକାଙ୍କ ଉଲଗ୍ନ ମୃତଦେହ ଭାସୁଛି ନାଳରେ । ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏଭଳି ଘଟଣା ଅନୁଗୁଳ…
ଓକିଲଙ୍କୁ ମାଡ଼ ମାରିଲେ ମହିଳା – ଯୌତୁକ ସାମଗ୍ରୀ ଫେରାଇ ଆଣିବାକୁ ଯାଇଥିଲେ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ବରପଦା ଗ୍ରାମର ରୋଜାଲି ଦେହୁରୀ ୭ ବର୍ଷ ତଳେ କୁକୁରପେଟା ଗ୍ରାମର ଅନିଲ କୁମାର ସାହୁଙ୍କୁ ବିବାହ କରିଥିଲେ…
ହାଇୱେ ଡକାୟତି ଯୋଜନାକୁ ଭଣ୍ଡୁର କରିଲା ପୁଲିସ – ଡକାୟତ ଗ୍ୟାଙ୍ଗ ଗିରଫ , ୪ଟି ଦେଶୀ ପିସ୍ତଲ ଜବତ ଅନୁଗୁଳ – ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ କରିବାକୁ ପୁଲିସ ଜିରୋ ଟୋଲେରାନ୍ସ ମୁଡ ଆଭିମୁଖ୍ୟ ରେ ଅଗଷ୍ଟ ୧ ତାରିଖରୁ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି ।…