ଅନୁଗୁଳ – କୌଣସି ରକ୍ତ ସମ୍ପର୍କ ନାହିଁ । ହେଲେ ରକ୍ତ ଦେଇ ଜୀବନ ବଞ୍ଚାଇବାକୁ ସୁଦୂର ରାଉରକେଲାରୁ ଆସିଲେ ଅନୁଗୁଳ । ଆଉ ବିରଳ ଗ୍ରୁପ୍ର ରକ୍ତଦାନ କରି ଜଣେ ଗର୍ଭବତୀ ମହିଳାଙ୍କୁ ନୂଆ ଜୀବନ ଦେଇଗଲେ । ସୋମବାର ରାଉରକେଲା ଅଞ୍ଚଳର ଜଣେ ଯୁବକଙ୍କ ଏହି ମହାନତା ଅନୁଗୁଳ ସହରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।


