ଭଲ ଖବର ବିରଳ ରକ୍ତଦାନ କରି ମହିଳାଙ୍କ ଜୀବନରକ୍ଷକ ସାଜିଲେ ଯୁବକ Angul OnlineJuly 15, 2022July 15, 2022 ଅନୁଗୁଳ – ନବ କିଶୋର ସାହୁଙ୍କର ସ୍ତ୍ରୀ ସୁନନ୍ଦା ସାହୁଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ପ୍ରସବ ପରେ ରକ୍ତ ଦରକାର ହୋଇଥିଲା । କିନ୍ତୁ ସୁନନ୍ଦା ସାହୁଙ୍କର ବିରଳ ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ଗ୍ରୁପ ରହିଥିଲା । ଯାହାକି ଏକ ଲକ୍ଷ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସମୁଦାୟ ୪ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଏହି ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ଗ୍ରୁପ୍ ରହିଥାଏ । ଏଭଳି ବିରଳ ରକ୍ତ ଆବଶ୍ୟକ ଥିବାରୁ ସୁନନ୍ଦାଙ୍କ ସ୍ଵାମୀ ନବକୀଶୋର ଅନୁଗୁଳ ରକ୍ତଭଣ୍ଡାରରେ ଜଣାଇଥିଲେ । ରକ୍ତଭଣ୍ଡାରର କର୍ମଚାରୀଙ୍କଠାରୁ ସୂଚନା ପାଇ ତାଳଚେର ବଲଣ୍ଡା ଅଞ୍ଚଳର ସ୍ଵେଚ୍ଛାସେବୀ ଯୋଗେନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିଥିଲେ । ସ୍ଵେଚ୍ଛାସେବୀ ଶ୍ରୀ ବେହେରା ଏହି ବିରଳ ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ଗ୍ରୁପ୍ ର ରକ୍ତ ପାଇଁ ଭୁବନେଶ୍ଵର ବରମୁଣ୍ଡା ଅଞ୍ଚଳର ମାନସ ରଞ୍ଜନ ପ୍ରଧାନଙ୍କ ସହ ଯୋଗାଯୋଗ କରିଥିଲେ । ଶ୍ରୀ ପ୍ରଧାନ ଆଜି(ଶୁକ୍ରବାର) ଅନୁଗୁଳ ଜିଲ୍ଲା ରକ୍ତଭଣ୍ଡାରରେ ପହଞ୍ଚି ଏହି ବିରଳ ରକ୍ତଦାନ କରିଥିଲେ । ଶ୍ରୀ ପ୍ରଧାନ ଏହିଥରକୁ ମିଶାଇ ୧୭ ଥର ଏହି ବମ୍ବେ ଫେନୋଟାଇପ୍ ବା OH ପଜିଟିଭ ବ୍ଳଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ରକ୍ତଦାନ କରିଛନ୍ତି । Advertisement
ତାଳଚେରର ହାଣ୍ଡିଧୂଆ ସରକାରୀ ସ୍କୁଲକୁ ୧.୧୦ କୋଟି ଟଙ୍କା ମଞ୍ଜୁର ଭୁବନେଶ୍ୱର – ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜଭୂତ୍ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଷ୍ଟାର୍ସ ତଥା ଅନ୍ୟ ଯୋଜନା ଅନ୍ତର୍ଗତ ଓଡ଼ିଶାର…
ବାପା-ମାଙ୍କ ତ୍ୟାଗ ତାଙ୍କୁ ସଫଳତା ଦେଇଛି – ଓଜେଏସରେ ଓଡିଶା ଟପ୍ପର ଅନୁଗୁଳର ଝିଅ ଅଦ୍ୟଶା ଅନୁଗୁଳ – ପ୍ରକାଶ ପାଇଲା ୨୦୨୧ ମସିହାର ଓଜେଏସ ରେଜଲ୍ଟ । ଓଡ଼ିଶା ନ୍ୟାୟିକ ପରୀକ୍ଷାରେ ବାଜି ମାରିଛନ୍ତି ଝିଅ । ଚଳିତବର୍ଷ ଅନୁଗୁଳର ଝିଅ ଆଦ୍ୟାଶା…
ଚାରୋଟି ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ କଲେ ବିଧାୟକ ବ୍ରଜ କିଶୋର ଅନୁଗୁଳ – ଅନୁଗୁଳ ଜିଲ୍ଲାର ଡାକ୍ତରଖାନାରେ ମୃତ୍ୟୁବରଣ କରୁଥିବା ଲୋକ ହେଉ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଶବ ସଂରକ୍ଷଣ କରିବା ଏବେ ଆହୁରି ସୁବ୍ୟବସ୍ଥିତ…