ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଏକ ହତ୍ୟା ଘଟିଛି । ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟା କରି ପକାଇ ଦେଇଥିବା ସ୍ଥାନୀୟ ଲୋକମାନେ ସନ୍ଦେହ କରିଛନ୍ତି।

ସୂଚନା ଅନୁସାରେ, ବନ୍ତଳା ଥାନା ଅନ୍ତର୍ଗତ ନୁଆଖେତା ଗ୍ରାମର ପ୍ରମୋଦ ସାହୁଙ୍କ ପୁଅ ଟିକନ ସାହୁ (୪୮) ତୁରଙ୍ଗ ଅଞ୍ଚଳରେ ରହୁଥିଲେ । ଗତକାଲି ଗ୍ରାମରେ ବୈଠକ ଥିବାରୁ ସେ ତାଙ୍କ ପରିବାର ସହିତ ନୁଆଖେତା ଗ୍ରାମକୁ ଯାଇଥିଲେ । ତେବେ ସନ୍ଧ୍ୟାରେ ନୁଆଖେତା ରାଇଗୋଡା ମଧ୍ୟରେ ସେ ଗୁରୁତର ଅବସ୍ଥାରେ ପଡ଼ି ଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗାଁ ବୈଠକ ପାଇଁ ଯାଇଥିବା ବେଳେ ତାଙ୍କୁ ଗାଁର ଦୁଇ ତିନି ଜଣ ଡାକି ନେଇଥିଲେ । ଏଣୁ ତାଙ୍କୁ କିଏ ମାରି ପକେଇ ଦେଇଥିବା ସ୍ଥାନୀୟ ଲୋକମାନେ ସନ୍ଦେହ କରିଛନ୍ତି। ପରିବାର ଲୋକ ମଧ୍ୟ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସମାନ ଆଭିଯୋଗ ଆଣିଛନ୍ତି । ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page