ମୁଖ୍ୟ ଖବର ବସ ଧକ୍କାରେ ଯୁବକ ମୃତ – ବସ ଯାତ୍ରୀଙ୍କୁ ପ୍ରବଳ ମାଡ ମାରିଲେ ଉତ୍ତ୍ୟକ୍ତ ଲୋକେ Angul OnlineJuly 31, 2022July 31, 2022 ଅନୁଗୁଳ – ଅନୁଗୁଳ ହେମସୁରପଡା ଶିବା ଖେଳ ପଡ଼ିଆ ନିକଟରେ ଆଜି(ରବିବାର) ଏକ ଘରୋଇ କମ୍ପାନୀର ଷ୍ଟାଫ ବସ ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ବସର କାଚ ଭାଙ୍ଗି ଦେଇଥିବା ବେଳେ ବସରେ ଯିବାକୁ ଥିବା କିଛି ଯାତ୍ରୀଙ୍କୁ ମାଡ ମରିଛନ୍ତି । ସୂଚନା ଅନୁସାରେ , କୁମଣ୍ଡ ଅଲେଖ ପାଟଣା ଅଞ୍ଚଳର ତ୍ରିଲୋଚନ ବେହେରା ନାମକ ଜଣେ ଯୁବକ ଆଜି ବିଏଡ଼ ଏଣ୍ଟ୍ରାନ୍ସ ପରୀକ୍ଷା ଦେଇ ମୈତ୍ରୀ ନଗରରେ ତାଙ୍କ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଊଥିଲେ । ସେଠାରୁ ଫେରିବା ସମୟରେ ଶିବା ପଡ଼ିଆ ନିକଟରେ ଏକ ଘରୋଇ କମ୍ପାନୀର ବସ ତ୍ରିଲୋଚନଙ୍କୁ ଧକ୍କା ଦେଇଥିଲା । ତ୍ରିଲୋଚନ ପଡି ଯିବା ପରେ ବସଟି ତାଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ବସ ଟି ଘଟଣା ସ୍ଥଳରୁ ପଳାଇ ଯାଇ ଇକୋ ପାର୍କ ଆଗରେ ରହି ଯାଇଥିଲା । ତେବେ ବସରେ କମ୍ପାନୀକୁ ଯାଉଥିବା କର୍ମଚାରୀ ମାନେ ରହି ଯାଇଥିବା ବେଳେ ଡ୍ରାଇଭର ଚମ୍ପଟ ମାରିଥିଲା । ସ୍ଥାନୀୟ ଲୋକେବସକୁ ଗୋଡାଇବା ପରେ ଇକୋ ପାର୍କ ଆଗରୁ କିଛି କର୍ମଚାରୀଙ୍କୁ ଘଟଣା ସ୍ତ୍ଥଳକୁ ନେଇଯାଇଥିଲେ । ସେଠାରେ ବସରେ ସେମାନଙ୍କୁ ନିର୍ଧୂମ ମାଡ ମାରିବା ସହ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବସକୁ ଜବତ କରିବା ସହ ମ୍ର୍ୟତଦେହ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ କରୁଛି । Advertisement
ହୋ ହାଲ୍ଲା ଭିତରେ ସରିଲା କୋଇଲା ଖଣି ପାଇଁ ଜନ ଶୁଣାଣି ଅନୁଗୁଳ – ଅନଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଖନନ ହେବାକୁ ଯାଉଛି ବୈତରଣୀ ୱେଷ୍ଟ ଓପନ କାଷ୍ଟ କୋଇଲା ଖଣି । ଏହି ଖଣି ଖନନ ପାଇଁ…
ଅନୁଗୁଳରୁ ଅକ୍ସିଜେନ ଗଲା ବିଶାଖାପାଟଣା ଅନୁଗୁଳ – ଆଜି ଅନୁଗୁଳରୁ ମେଡିକାଲ୍ ଅକ୍ସିଜେନର ଅଭାବୀ ରାଜ୍ୟକୁ ଅକ୍ସିଜେନ ପଠା ଯାଇଛି । ଅନୁଗୁଳ ଜିନ୍ଦାଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରୁ ଏକ ସ୍ଵତନ୍ତ୍ର…
ଭିଜିଲାନ୍ସ ଜାଲରେ ଆର ଆଇ ଅନୁଗୁଳ – ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଜଣେ ଆରଆଇ ବାବୁ ଧରା ପଡିଛନ୍ତି । ବାବୁ ଜଣଙ୍କ ହେଲେ ଅନୁଗୁଳ ତହସିଲ ଅନ୍ତର୍ଗତ ବନ୍ତଳା…