ଯୁବ ଶିଳ୍ପୀଙ୍କ ନିଆରା କଳା, ଲଣ୍ଠନ କାଚରେ ଚିତ୍ର ଆଙ୍କି ଶହୀଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଅନୁଗୁଳ – କନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସହିଦ ଯବାନଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି । ଲଣ୍ଠନ କାଚରେ ସହିଦ ଯବାନଙ୍କ ଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନୁଗୁଳର ଚିତ୍ର ଶିଳ୍ପୀ ରଜତ ରଞ୍ଜନ ନାଥ କନ୍ନୁର୍ ହେଲିକେପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୪ ଜଣ ବୀର ଯବାନ ମାନଙ୍କ ଫଟୋକୁ ଲଣ୍ଠନ କାଚରେ ଆଙ୍କିଛନ୍ତି । ଲଣ୍ଠନ କାଚରେ ସୁନ୍ଦର ଭାବରେ ଚିତ୍ରଣ କରି ନିଆରା ଭାବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବଅଁରପାଳ ବ୍ଲକ ଗାଙ୍ଗିଯୋଡ଼ି ଗାଁର ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ । ପୂର୍ବରୁ ସେ ଗଲୱାନ ଘାଟିରେ ସହିଦ ହୋଇଥିବା ଭାରତର ବୀର ଯବାନମାନଙ୍କର ଚିତ୍ରକୁ ସେ ସୁନ୍ଦର ଭାବରେ ବାଉଁଶ ମାଧ୍ୟମରେ ଚିତ୍ରଣ କରି ନିଆରା ଭାବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲୋକ ଲୋଚନଙ୍କୁ ଆସିଥିଲେ । ବାଁଙ୍ଖୁଲି ମାଧ୍ୟମରେ ମଧ୍ୟ ବୀର ସହିଦ ଯବାନ ମାନଙ୍କର ଫଟୋକୁ ସେ କିଛି ଦିନ ପୁର୍ବରୁ ସୁନ୍ଦର ଭାବରେ ଚିତ୍ରଣ କରି ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ସବୁବେଳେ ସେ ଭାରତ ମାତାର ବୀର ସହିଦ ଯବାନ ମାନଙ୍କ ଉଦେଶ୍ୟରେ କିଛି ନିଆରା ଢଙ୍ଗରେ ଚିତ୍ରଣ କରି ସେ ଏଭଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି ତାଙ୍କର ଏ ଅଭିନବ ପ୍ରୟାସକୁ ସମସ୍ତେ ଭୁୟସି ପ୍ରଶଂସା କରିଛନ୍ତି ଚଳିତ ଥର ଲଣ୍ଠନରେ ସେ ଏଭଳି ଚିତ୍ର ଆଙ୍କି ଭିନ୍ନ ପ୍ରୟାସ କରିଛନ୍ତି ।

 

Advertisement

Leave a Reply

Your email address will not be published. Required fields are marked *

You cannot copy content of this page