ଅନଲାଇନ ଏକ୍ସକ୍ଲୁସିଭ କ୍ୱାକ କରୁଛନ୍ତି ଚିକିତ୍ସା – ସ୍ୱାସ୍ଥ୍ୟ ପ୍ରଶାସନ ନିରବ Angul OnlineAugust 10, 2023August 10, 2023 ଅନୁଗୁଳ – କ୍ୱାକଙ୍କ ଚିକିତ୍ସା ଯୋଗୁଁ ଲୋକଙ୍କ ଜୀବନ ଯାଉଛି । ଏହାର ସଦ୍ୟ ଉଦାହରଣ ହେଉଛି ରବିବାର ଅନୁଗୁଳ ଜିଲ୍ଲା ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବନ୍ତୁଲ ଗାଁର ଜଣେ ଯୁବକଙ୍କ ମୃତ୍ୟୁ । ବସନ୍ତ ସାହୁଙ୍କ ପୁଅ ସୁଶାନ୍ତ ସାହୁ(୩୫) ଭୁବନେଶ୍ବରରେ ଇଲେକଟ୍ରିକାଲ ମିସ୍ତ୍ରୀ ଭାବେ କାମ କରନ୍ତି । ତାଙ୍କୁ ଜ୍ଵର ହେବାରୁ ଗାଁକୁ ଆସିଥିଲେ । ତେବେ ଗାଁରେ ପାଇକସାହି ହାଟପଦାରେ ଔଷଧ ଦୋକାନ କରିଥିବା ଜଣେ ଦୋକାନୀଙ୍କଠାରୁ ଔଷଧ ଖାଉଥିଲେ। କିନ୍ତୁ ଜ୍ବର ନ କମିବାରୁ ପାଇକସାହିର ସେହି ଔଷଧ ଦୋକାନୀ ରବିବାର ସକାଳେ ସୁଶାନ୍ତଙ୍କ ଭେନ୍ ରେ ୨ଟି ଇଞ୍ଜେକ୍ସନ ଦେଇଥିଲେ । ଏହି ଇଞ୍ଜେକସନ ଦେବା କ୍ଷଣି ସୁଶାନ୍ତ ଅଧିକ ଗୁରୁତର ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହା ପରେ ବି ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ଚେତା ପଶୁନି । ଯାହା ଫଳରେ ଏବେ ବି ଗାଁ ଗଣ୍ଡାରେ କ୍ୱାକ ମାନେ ଟଙ୍କା ଲୋଭରେ ଚିକିତ୍ସା କରୁଛନ୍ତି । ଯାହାକି ଅଳ୍ପ ବିଦ୍ୟା ଭୟଙ୍କରୀ ହେବାର ଆଶଙ୍କା ରହୁଛି । ଏଭଳି ଏକ ଘଟଣା ଆମ ସାମ୍ନାକୁ ଆସିଛି ବଡ଼କେରାଜାଙ୍ଗ ଗାଁରେ । ଗାଁରେ ଔଷଧ ଦୋକାନ ଦେଇଥିବା ଜଣେ ଔଷଧ ବ୍ୟବସାୟୀ ଅନ୍ୟର ଲାଇସେନ୍ସରେ ଦୋକାନ ଦେଇଥିବା ବେଳେ ଦୋକାନକୁ ଆସୁଥିବା ରୋଗୀଙ୍କ ଚିକିତ୍ସା କରୁଛନ୍ତି । ସେ ଡାକ୍ତରୀ ବାବଦରେ କୌଣସି ଶିକ୍ଷା ଗ୍ରହଣ କରି ନଥିବା ବେଳେ ଛୋଟ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ଲୋକଙ୍କ ଇଂଜେକସନ , ସାଲାଇନ ଆଦି ଦେଉଥିବା ନଜର ଆସିଛି । ଗାଁର ଛକରେ ଥିବା ଏହି ମେଡ଼ିସିନ ଷ୍ଟୋରର ମାଲିକ ଏଭଳି ବେଆଇନ ଚିକିତ୍ସା ଅନେକ ବର୍ଷ ହେଲା କରି ଆସୁଥିବା ଗାଁ ଲୋକ କହିଛନ୍ତି । ତେବେ ସେ ନିଜେ ଫାର୍ମାସିଷ୍ଟ ସାର୍ଟିଫିକେଟ ଧାରୀ ହୋଇ ନଥିବା କିମ୍ବା ଡାକ୍ତରୀ ଲାଇନର କୌଣସି ଶିକ୍ଷା ଗ୍ରହଣ କରି ନଥିବା ବେଳେ ଏଭଳି ବେଆଇନ ଭାବେ ଚିକିତ୍ସା କରୁଥିବା ଯୋଗୁଁ କେତେବେଳେ ଯେ ଅଘଟଣ ଘଟିବ ସେ ଆଶଙ୍କା ଏଡାଇ ଦିଆ ଯାଇ ପାରିବ ନାହିଁ। ଏ ସମ୍ପର୍କରେ ଆମେ ଅନୁଗୋଳ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ନ ଉଠାଇବାରୁ ଯୋଗାଯୋଗ ସମ୍ଭବ ହୋଇ ନଥିଲା । Advertisement
ସହରରେ ସଫେଇ ହେଉଛି କେମିତି ? – ଦେଖନ୍ତୁ ଭିଡିଓ ଅନୁଗୁଳ – ଅନୁଗୁଳ ସହରର ପରିମଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲେ ମଧ୍ୟ ସୁଧୁରିବାରେ ନା ନେଊ ନାହିଁ । ବିଭିନ୍ନ ପ୍ରକାରର ଯୋଜନା…
ବ୍ରେଡ୍ରେ ଲେଖାହେଉନି ଏକ୍ସପାୟରି ତାରିଖ – ଲାଭ ଲୋଭର ଖେଳରେ ଗ୍ରାହକ ଅର୍ଥ ଦେଇ ଅଖାଦ୍ୟ ଖାଇବାକୁ ପଡୁଛି ଲାଭକଥା ଚିନ୍ତା କରୁଛନ୍ତି ପ୍ରସ୍ତୁତକାରୀ ସଂସ୍ଥା ଅନୁଗୁଳ – ଜିଲାର ବିଭିନ୍ନ ହୋଟେଲ, ଚା…
ପ୍ରଥମ ଜିଲ୍ଲାପାଳଙ୍କ ଦେହାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ଦ୍ବିଜବର କାନୁନଗୋଙ୍କର ପରଲୋକ ଘଟିଛି । ସ୍ଵର୍ଗତ କାନୁନ୍ଗୋ କିଛିଦିନ ତଳେ କରୋନାରେ…