ଚନ୍ଦ୍ରଯାନ ମିଶନ-୩ ସଫଳ ପଛରେ ରହିଛି ତାଳଚେର ବୈଜ୍ଞାନିକ ଶରତ ଦାସଙ୍କ ହାତ

 

ଅନୁଗୁଳ – ଗତକାଲି ସଫଳ ହୋଇଛି ଚନ୍ଦ୍ରଯାନ ମିଶନ-୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ବର୍ତ୍ତମାନ ବିଚରଣ କରୁଥିବାବେଳେ ତଥ୍ୟ ସଂଗ୍ରହ କରୁଛନ୍ତି । ଏହି ମିଶନ ସଫଳ ପଛରେ ରହିଛି ଅନେକ ବୈଜ୍ଞାନିକ ମାନଙ୍କ ହାତ । ଏମାନଙ୍କ ମଧ୍ୟରେ ଅଛନ୍ତି କିଛି ଓଡ଼ିଆ ବୈଜ୍ଞାନିକ । ଏହି ଓଡ଼ିଆ ବୈଜ୍ଞାନିକ ମାନଙ୍କ ମଧ୍ଯରେ ଅଛନ୍ତି ତାଳଚେରରେ ରହୁଥିବା ବରିଷ୍ଠ ବୈଜ୍ଞାନିକ ଡକ୍ଟର ଶରତ ଦାସ । ଗତକାଲି ଚନ୍ଦ୍ରରେ ଚନ୍ଦ୍ର ଯାନ ୩ ସଫଳ ଭାବେ ଅବତରଣ ପରେ ସବୁଠି ଖୁସି । ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଏଭଳି ଅବତରଣ ପରେ ଇସ୍ରୋର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଛାର ସୁଅ ଛୁଟିଛି । ଇସ୍ରୋର ପ୍ରତିଟି ବୈଜ୍ଞାନିକ ଏବଂ କର୍ମଚାରୀ ଏହି ସଫଳତା ପାଇଁ ହକଦାର । ତେବେ ତାଳଚେରରେ ରହୁଥିବା ବରିଷ୍ଠ ବୈଜ୍ଞାନିକ ଡକ୍ଟର ଶରତ ଦାସଙ୍କ ପରିବାରବର୍ଗ ଚନ୍ଦ୍ର ଯାନ ୩ ର ସଫଳତା ପରେ ଏବେ ବେଶ ଖୁସି ଓ ଗର୍ବିତ । ବୈଜ୍ଞାନିକ ଡକ୍ଟର ଶରତ ଦାସଙ୍କ ଘର ତାଳଚେର ନବ ମିଶ୍ର କଲୋନୀରେ । ବାପା ତାଳଚେର ଏମ୍ ସି ଏଲ ରେ ଚାକିରୀ କରିଥିଲେ । ବାପାଙ୍କର ଗତ ୨ ବର୍ଷ ହେଲା ପରଲୋକ ହୋଇ ସାରିଥିବା ବେଳେ ଏବେ ମା , ଭାଇ ଓ ଭାଉଜ ତାଳଚେରରେ ରୁହନ୍ତି । ତେବେ ତାଳଚେର ଅଞ୍ଚଳରୁ ଯାଇ ଇସ୍ରୋର ବୈଜ୍ଞାନିକ ହେବା ଏବଂ ଏବେ ଚନ୍ଦ୍ର ଯାନ କୋର କମିଟିର ସଦସ୍ୟ ରହିବା ଆଉ ଚନ୍ଦ୍ର ଯାନ ସଫଳ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ପରିବାରକୁ ଶୁଭେଛାର ସୁଅ ଛୁଟିଛି । ତାଙ୍କର ଏଭଳି ସଫଳତା ପରେ ମା ସୁଲୋଚନା ଦାସ ବେଶ ଖୁସି ପ୍ରକଟ କରିଛନ୍ତି ।

What’s your Reaction?
+1
0
+1
0
+1
0
+1
1
+1
2
+1
1
+1
0

Share:

Share on facebook
Share on twitter
Share on whatsapp
Share on telegram

Sponsored