କୁକୁଡା ମାଂସ ଚୋରି କରି ପୂଜକ ହଟହଟା

ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ  ଜଣେ ପୂଜକ ତାଙ୍କର କିଛି ସହଯୋଗୀଙ୍କ ସହ ମିଶି କୁକୁଡା ଚାରି କରିଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ପୂଜକଙ୍କୁ ହଟହଟା ହେବାକୁ ପଡିଛି ସୂଚନା ଅନୁସାରେ ବାଲିଚନ୍ଦ୍ରପୁର ଅଞ୍ଚଳର ଏକ କୁକୁଡା ଫାର୍ମରୁ କିଛି ଯୁବକ କୁକୁଡା ଚୋରି କରି ଭୋଜି କରିବା ଯୋଜନା କରୁଥିଲେ ତେବେ କୁକୁଡା ଚୋରି କରି ନେବା ପରେ ଫାର୍ମ ମାଲିକ କୁକୁଡା ଚୋରି ସମ୍ପର୍କରେ ଜାଣିବାକୁ ପାଇ ତନାଘନା କରିଥିଲେ ତନାଘନା ବେଳେ ଶିବ ମନ୍ଦିରର ଜଣେ ପୂଜକ ଏହି କୁକୁଡା ଚୋରିରେ ସମ୍ପୃକ୍ତ ଥିବା ଜାଣିବା ପରେ ସେ ଛକ ନିକଟରେ ପୂଜକ ଜଣଙ୍କୁ ଅଟକାଇ ପଚରାଉଚୁରା କରିଥିଲେ । ପୂଜକଙ୍କୁ କୁକୁଡା ଚୋରି କଥା ପଚାରିବା ସମୟରେ ଭିଡ ଜମିବା ସହ କିଛି ଲୋକ ପୂଜକଙ୍କୁ ଉତ୍ତମ ମଧ୍ୟମ ମଧ୍ୟ ଦେଇଥିଲେ । ତେବେ ସର୍ବ ସମ୍ମୁଖରେ ଜଣେ ଶିବ ମନ୍ଦିର ପୂଜକ କୁକୁଡା ଚୋରି ପାଇଁ ପ୍ରାୟ ଅଢାଘଣ୍ଟା ଧରି ଦହଗଞ୍ଜ ହେବା ପରେ ଲୋକେ ତାଙ୍କୁ ଛାଡି ଦେଇଥିଲେ ଏଭଳି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି  

Advertisement

Leave a Reply

Your email address will not be published. Required fields are marked *