କୁକୁଡା ଫାର୍ମ ତଳେ ଅଣ୍ଡରଗ୍ରାଉଣ୍ଡ ଡିପୋ – ବିପୁଳ ପରିମାଣର ମଦ ଜବତ

କୁକୁଡା ଫାର୍ମ ତଳେ ଅଣ୍ଡରଗ୍ରାଉଣ୍ଡ ଡିପୋ – ବିପୁଳ ପରିମାଣର ମଦ ଜବତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରାସିଂହା ଗ୍ରାମରେ ଆଜି ସନ୍ଧ୍ୟାରେ ଅନୁଗୁଳ ସ୍ପେସିଆଲ ସ୍କ୍ୱାର୍ଡ ପୁଲିସ ଚଢାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛି । ସୂଚନା ଅନୁସାରେ ଜରାସିଂହା ଗ୍ରାମର ଜିତେନ୍ଦ୍ର କୁମାର ସାହୁ ନାମକ ଜଣେ ବ୍ୟକ୍ତି ଚୋରା ମଦ କାରବାର କରୁଥିବା ଖବର ପାଇ ସ୍ପେସିଆଲ ସ୍କ୍ୱାର୍ଡ ଅଫିସର ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ଵରେ ସନ୍ଧ୍ୟା ୮ ତା ସମୟରେ ଏକ ଟିମ ଚଢାଉ କରିଥିଲା । ଚଢାଉ ବେଳେ ଜିତେନ୍ଦ୍ର କରିଥିବା କୁକୁଡା ଫାର୍ମର ଅଣ୍ଡରଗ୍ରାଉଣ୍ଡରେ ଏକ ଘର ଭିତରେ ମଦ ଥିବା ଦେଖିବାକୁ ମିଳିଥିଲା । ଚଢାଉରେ ପ୍ରାୟ ୨୦ ଲିଟର ଦେଶୀ ମଦ ଓ ୩୦୦ ଲିଟର ବିଦେଶୀ ମଦ ଜବତ ହୋଇଥିବା ସୂଚନା ମିଳିଛି । ସ୍ପେସିଆଲ ସ୍କ୍ୱାର୍ଡ ପୁଲିସ ଜବତ ମଦକୁ ଅନୁଗୁଳ ସଦର ଥାନା ପୁଲିସକୁ ହସ୍ତାନ୍ତର କରିଥିବା ବେଳେ ମଦ ବିକ୍ରି କରୁଥିବା ଅଭିଯୋଗରେ ଜିତେନ୍ଦ୍ର ସାହୁକୁ ଅଟକ ରଖିଛି । ଅନେକ ଦିନ ହେଲା ଏହି ଚୋରା ମଦ କାରବାର ଚାଲିଆସୁଥିବା ବେଳେ ପୁଲିସ କିଭଳି ଜାଣି ପାରୁ ନଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏତେ ପରିମାଣର ମଦ କିଭଳି ଆସିଲା ତାହା ତଦନ୍ତ ସାପେକ୍ଷ  

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply