ମୁଖ୍ୟ ଖବର ଜାତୀୟ ରାଜପଥରେ ପୁଣି ଗଲା ଜୀବନ – ଦୁର୍ଘଟଣାରେ ୧ ମୃତ୧ ଆହତ Angul OnlineDecember 20, 2024December 20, 2024 ଅନୁଗୁଳ – ଜାତୀୟ ରାଜପଥ ୫୫ ପୁଣି ନେଇଛି ଆଉ ଏକ ଜୀବନ । ଗତକାଲି ଏହି ରାଜପଥର ନୂଆଁହତା ଠାରେ ଦୁର୍ଘଟଣାରେ ମା ଓ ୩ ବର୍ଷର ଶିଶୁର ଜୀବନ ଯାଇଥିଲା । ଆଜି ପୁଣି ଆଉ ଏକ ଜୀବନ ଯିବା ପରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ସୂଚନା ଅନୁସାରେ ଆଜି( ଶୁକ୍ରବାର) ଭୋର ୫.୩୦ସମୟରେ ତୁରଙ୍ଗ ଦୁର୍ଗା ବିହାର ଅଞ୍ଚଳରେ ଭଡ଼ା ଘରେ ରହୁଥିବା ଦୁଇ ଯୁବକ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟକୁ ଡିଉଟି କରିବାକୁ ଯାଉଥିବା ସମୟରେ ପ୍ରଶାନ୍ତି ହୋଟେଲ ନିକଟରେ ଅଜଣା ଟ୍ରକ ପଛରୁ ଧକ୍କା ଦେଇଥିଲା । ଫଳରେ ମୋଟରସାଇକେଲରେ ଯାଉଥିବା ଦୁଇ ସାଙ୍ଗ ବିକ୍ରମ ରାଉତରାୟ ଓ କରଣବୀର ଗୋପୀ ରାସ୍ତାରେ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ବିକ୍ରମଙ୍କ ମୃତ୍ୟୁ ଘଟିଥିବା ବେଳେ କରଣବୀରଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଅବସ୍ଥାରେ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା। ଖବର ପାଇ ଅନୁଗୁଳ ପୁଲିସ ଘଟନା ସ୍ଥଳରେ ପହଞ୍ଚି ମୋଟରସାଇକେଲ୍କୁ ଜବତ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲା । ଗତ Advertisement
ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା – ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ପରିବାରର ଧମକ ଅନୁଗୁଳ – ଅନୁଗୁଳ ଥାନା କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦେହୁରୀକୁ ତଳକୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ମୃତ…
ସାରା ଦେଶରେ ଲାଗୁ ହେବ ନୂଆ ପୁଲିସ ଆଇନ ଭୁବନେଶ୍ୱର -(ଅନୁଗୁଳ ଅନଲାଇନ)- ଜୁଲାଇ ୧ , ୨୦୨୪ରୁ ସାରା ଦେଶରେ ଲାଗୁ ହେବ ନୂଆ ପୁଲିସ ଆଇନ । ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ…
ଚାଲିଲା ଏନଟିପିସି ଟିଟିପିଏସ ଅନୁଗୁଳ – ଗତ ୨୩ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସ ବନ୍ଦ ହୋଇ ଯାଇଥିବାବେଳେ ଆଜି ପୁଣି ଏହା ଚାଲୁ ହୋଇଛି । ପ୍ଲାଣ୍ଟର…