ଆଞ୍ଚଳିକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ – ଚାଳକ ଗରୁତର Angul OnlineFebruary 6, 2022February 6, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ପୁରୁଣା ଫାୟାରଷ୍ଟେସନ ନିକଟ ନର୍ସରି ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ଏହାର ଚାଳକ ଗୁରୁତର ହୋଇଥିବା ଜଣା ପଡିଛି । ଏହା ସହ ଗାଡିରେ ଥିବା ବେଳେ ହେଲପର ଓ ଫାର୍ମାସିଷ୍ଟିଙ୍କୁ ମଧ୍ୟ ଆହତ ହୋଇଛନ୍ତି l ସୂଚନା ଅନୁସାରେ ଗତ କାଲି ଏକ ୧୦୮ ଆମ୍ବୁଲାନ୍ସ ସମ୍ବଲପୁର ବୁର୍ଲା ମେଡିକାଲରୁ ରୋଗିନେଇ କଟକ ଛାଡିବା ପରେ ଆଜି ଜରପଡା-ଛେଣ୍ଡିପଦା ରାସ୍ତା ଦେଇ ସମ୍ବଲପୁରକୁ ଫେରୁଥିଲା । ତେବେ ଛେଣ୍ତିପଦା ପୁରୁଣା ଫୟାରଷ୍ଟେସନ ନିକଟ ନର୍ସରି ସମ୍ମୁଖରେ ୧୦୮ ଆମ୍ବୁଲାନ୍ସ ଆଗକୁ ହଠାତ ଏକ ଷଣ୍ଢ ଆସିଯିବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା । ଦୁର୍ଘଟଣାରେ ଚାଳକ ଗୁରୁତର ହୋଇଥିବା ବେଳେ ହେଲପର ଓ ଫାର୍ମାସିଷ୍ଟ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ଥାନିୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଛେଣ୍ତିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । Advertisement
ମେଡିକାଲ କଲେଜ ପାଇଁ ଘଣ୍ଟପଡା ଗ୍ରାମବାସୀଙ୍କ ଦାବି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜକୁ ଖୁବ ଶୀଘ୍ର ରାଜ୍ୟ ସରକାର ଚଳାଇବାକୁ ନେଇ ଘଣ୍ଟପଡା ପଞ୍ଚାୟତ ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ…
ଥର୍ମାଲ ପ୍ଳାଣ୍ଟ ବନ୍ଦ ନିଷ୍ପତ୍ତିକୁ ବିରୋଧ – ଆଗକୁ ଆନ୍ଦୋଳନକୁ ଆହୁରୀ ତୀବ୍ରତର କରାଯିବ ଅନୁଗୁଳ – ତାଳଚେର ଥର୍ମାଲ ପ୍ଳାଣ୍ଟକୁ ମାର୍ଚ୍ଚ ୩୧ ତାରିଖରେ ବନ୍ଦ କରି ଦିଆଯିବା ନିଷ୍ପତି ପ୍ରତିବାଦରେ ଗୁରୁବାର ଦିନ ସର୍ବଦଳୀୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ…
ଜିଲ୍ଲା ସ୍ତରୀୟ କୃଷି ମେଳା ଓ ପୁଷ୍ପ ପ୍ରଦର୍ଶନୀ ଉଦ୍ଘାଟିତ ଅନୁଗୁଳ – କୃଷି ଓ ଏହାର ଆନୁସଙ୍ଗିକ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଆଜି ପୂର୍ବାହ୍ନରେ ଅନୁଗୁଳ ଷ୍ଟାଡିୟମ…