ଆଞ୍ଚଳିକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ – ଚାଳକ ଗରୁତର Angul OnlineFebruary 6, 2022February 6, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ପୁରୁଣା ଫାୟାରଷ୍ଟେସନ ନିକଟ ନର୍ସରି ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ଏହାର ଚାଳକ ଗୁରୁତର ହୋଇଥିବା ଜଣା ପଡିଛି । ଏହା ସହ ଗାଡିରେ ଥିବା ବେଳେ ହେଲପର ଓ ଫାର୍ମାସିଷ୍ଟିଙ୍କୁ ମଧ୍ୟ ଆହତ ହୋଇଛନ୍ତି l ସୂଚନା ଅନୁସାରେ ଗତ କାଲି ଏକ ୧୦୮ ଆମ୍ବୁଲାନ୍ସ ସମ୍ବଲପୁର ବୁର୍ଲା ମେଡିକାଲରୁ ରୋଗିନେଇ କଟକ ଛାଡିବା ପରେ ଆଜି ଜରପଡା-ଛେଣ୍ଡିପଦା ରାସ୍ତା ଦେଇ ସମ୍ବଲପୁରକୁ ଫେରୁଥିଲା । ତେବେ ଛେଣ୍ତିପଦା ପୁରୁଣା ଫୟାରଷ୍ଟେସନ ନିକଟ ନର୍ସରି ସମ୍ମୁଖରେ ୧୦୮ ଆମ୍ବୁଲାନ୍ସ ଆଗକୁ ହଠାତ ଏକ ଷଣ୍ଢ ଆସିଯିବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା । ଦୁର୍ଘଟଣାରେ ଚାଳକ ଗୁରୁତର ହୋଇଥିବା ବେଳେ ହେଲପର ଓ ଫାର୍ମାସିଷ୍ଟ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ଥାନିୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଛେଣ୍ତିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । Advertisement
ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବଲେରୋ ଛେଣ୍ଡିପଦା – ଅନୁଗୋଳ-ଦେବଗଡ ଜିଲ୍ଲା ସୀମାନ୍ତ ଟିକିରା ପୋଲ ନିକଟରେ ଏକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏକ ମୋଟରସାଇକେଲକୁ ଧକ୍କା ଦେଇ ଏକ…
କୋଇଲା ଖଣିକୁ ବିରୋଧ କରି ବିରାଟ ରାଲିରେ ଆସି ତହସିଲ ଘେରାଉ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ କୋଇଲା ଖଣିକୁ ବିରୋଧ କରି ପୁଣିଥରେ ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ଡାକରାରେ କ୍ଷତି ଗ୍ରସ୍ତ ପ୍ରଜା ମାନେ…
ପଞ୍ଚାୟତିରାଜ ଦିବସରେ ସମ୍ମାନିତ ହେଲେ ବିଭିନ୍ନ ପଞ୍ଚାୟତ ଅନୁଗୁଳ – ସ୍ଥାନୀୟ ବିଜୁମଇଦାନ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ ମହସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ଶ୍ରୀ…