ଅନୁଗୁଳ – ଅନୁଗୁଳ ଜିଲ୍ଲା ଶବଳଭଙ୍ଗା ଗାଁରୁ ୧୧ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ଯାହାକୁ ପରେ ବନ ବିଭାଗ ସହାୟତାରେ ସୁରକ୍ଷିତ ସ୍ଥାନରେ ଛାଡି ଦିଆଯାଇଛି ।
ସୂଚନା ଅନୁସାରେ ଶବଳଭଙ୍ଗା ଗାଁର ବିପିନ ବିହାରୀ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳ ଘରେ ଏକ ସାପ ଥିବା ଦେଖିଥିଲେ । ସାପ ଦେଖି ସେ , ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ । ଖବର ପାଇ ଆଦିତ୍ୟ ଓ ତାଙ୍କ ସାଥି ଅଭୟ ସେଠି ସେଠାରେ ପହଞ୍ଚି ଏହା ଏକ ଅଜଗର ବୋଲି ଜାଣିବା ପରେ ଅତି ସତର୍କତାର ସହ ସାପକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ସାପ ଉଦ୍ଧାର ପରେ ଏହା ପ୍ରାୟ ୧୧ ଫୁଟ ଲମ୍ବର ବୋଲି ଜଣା ପଡ଼ିଥିଲା । ପରେ ଆଦିତ୍ୟ ଏହି ସାପକୁ ସ୍ଥାନୀୟ ଫରେଷ୍ଟର ରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ ।

