ଆଞ୍ଚଳିକ ମାଳତୀ ଦେବୀ ଥିଲେ ଜଣେ ସାଲିସ ବିହୀନ ସମାଜସେବୀ Angul OnlineJuly 27, 2021July 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଡି କଲୋନୀ ନିକଟସ୍ଥ ମାଳତୀ ଦେବୀଙ୍କ ପ୍ରତିମୂର୍ତ୍ତି ପାଖରେ ନବ-ମାଳତୀ ଚୌଧୁରୀ ସ୍ମୃତୀ କମିଟି ପକ୍ଷରୁ ୧୧୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଯେଉଁଥିରେ ଅତିଥି ରୂପେ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ଦେହୁରୀ , ପ୍ରଧ୍ୟାପକ ବିଶ୍ଵରଞ୍ଜନ ପ୍ରଧାନ , ସମାଜସେବୀ କଲ୍ୟାଣ କିଶୋର ମହାନ୍ତି , ବିଦ୍ୟାଧର ନାୟକ ସୁଦୀପ ଗଡ଼ନାୟକ , ଡିଲେଶ୍ଵର ପ୍ରଧାନ , ଯୋଗ ଦେଇଥିଲେ । ମାଳତୀ ଦେବୀ ଗୁରୁ ରବୀନ୍ଦ୍ର ନାଥ ଟାଗୋର ଓ ମହାତ୍ମା ଗାନ୍ଧିଜୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ମାଳତୀ ଦେବୀ ସ୍ଵାଧୀନତା ଆନ୍ଦୋଳନ କରି ବନ୍ଦୀ ଥିଲା ବେଳେ ଶିକ୍ଷା ଓ ନାରୀ ଶକ୍ତିକୁ ଯଥେଷ୍ଟ ଗୁରୁତ୍ୱ ଦେଇଥିଲେ । ସେ ସେହି ସମୟ ବନ୍ଦୀ ମହିଳା କର୍ମୀମାନଙ୍କୁ କାରାଗାରରେ ଶିକ୍ଷା , ସିଲେଇ ଓ ଗୀତ ଶିଖାଊଥିଲେ । ପରବର୍ତ୍ତି ସମୟରେ ସେମାନଙ୍କ ପାଇଁ ବୀର ବାଜି ରାଉତ ନାମରେ ଏକ ଛାତ୍ରାବାସ ଘଠନ କରିଥିଲେ । ସେ ସଦା ସର୍ବଦା ନାରୀ ଜାତିର ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ । ଜୀବନର ଶେଷ ମୁହୂର୍ତ ଯାଏ ଆଦିବାସୀ ପିଲାଙ୍କ ସହିତ ଜୀବନ ଅତିବାହିତ କରିଥିଲେ । କିନ୍ତୁ ବିପ୍ଲବର ଚେତନା ବୋଧ ହରାଇ ନଥିଲେ । ଭଗବାନ ଯଦି ପୁଣି ଥରେ ବଳ ଦିଅନ୍ତି ମୁଁ କୋରାପୁଟ , କଳାହାଣ୍ଡି ଅଞ୍ଚଳ ଯାଇ ଆଦିବାସୀ ମାନଙ୍କର ସେବା କରନ୍ତି ବୋଲି ସେ କହୁଥିଲେ । ଆଜିର ଏହି ଜନ୍ମ ଜୟନ୍ତୀ ସଭାରେ ସ୍ମୃତୀ କମିଟିର ଆବାହକ ଅଦ୍ୟାଶ୍ଲୋକ ମିଶ୍ର , ସାଥି ବିଭୁତି କିଷାନ , ଛୋଟରାୟ ମାଝୀ , ଆଦିତ୍ୟ ପ୍ରସାଦ ପଣ୍ଡା , ଦିବ୍ୟଜ୍ୟୋତି ନାୟକ , ନିରୋଦ କୁମାର ସାହୁ , ସିତୁ ନାୟକ ଆଦି ଉପସ୍ଥିତ ଥିଲେ । ସଭା ଶେଷରେ ସାଥି ପର୍ଶୁରାମ ଦାସ ଧନ୍ୟବାଦ ଦେଇଥିଲେ । Advertisement
ବିଦ୍ୟୁତ ଆଘାତରେ ଯୁବକ ମୃତ ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ସେହି…
ଡାକ୍ତରଖାନା ନିକଟସ୍ଥ ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟ୍ଟା ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ମୃତ ବୃ୍ଦ୍ଧା ଜଣଙ୍କ…
ସତ୍ୟାଗ୍ରହରେ ଓକିଲ ଅନୁଗୁଳ – ସତ୍ୟାଗ୍ରହରେ ଓକିଲ ସଂଘ । ସାରା ଭାରତରେ ଆଜି ଓକିଲ ମାନେ ସତ୍ୟାଗ୍ରହ କରୁଥିବା ବେଳେ ଅନୁଗୁଳ ଜିଲ୍ଲାର ସମସ୍ତ କୋର୍ଟ ଆଗରେ ମଧ୍ୟ…