ମୁଖ୍ୟ ଖବର ମର୍ମଦୁନ୍ତ ସଡକ ଦୁର୍ଘଟଣା – ଦୁଇ ମୃତ ଦୁଇ ଗୁରୁତର Angul OnlineJuly 6, 2021July 6, 2021 ତାଳଚେର – ଅନୁଗୁଳ ଜିଲ୍ଲା ଚାଇଁପାଳ ଓଭରବ୍ରିଜ ଉପରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ହୋଇଛି । ଏକ କୋଇଲା ବୋଝେଇ ଟ୍ରକ ପଛରେ ଏକ ମାରୁତି କାର ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ମଣ୍ଡାପାଳ ଚିକିତ୍ସାଧୀନ ଅବସ୍ଥାରେ ଭର୍ତ୍ତି କରା ଯାଇଛି । ବର୍ତ୍ତମାନ ସୁଦ୍ଧା ମୃତାହତ ମାନଙ୍କର ପରିଚୟ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ ବଅଁରପାଳ ଦିଗରୁ ତାଳଚେର ଅଭିମୁଖେ ଏକ କାରରେ ୪ ଜଣ ଯୁବକ ଯାଉଥିବା ବେଳେ ବାଟରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ କାରର ସାମ୍ନା ପଟରେ ବସିଥିବା ଦୁଇଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ କାରରେ ପଡି ରହିଥିବା ବେଳେ ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ତଦନ୍ତ କରୁଛି । Advertisement
ଆଜି ରାତିରେ ସ୍ଵଭାବିକ ହୋଇପାରେ ରେଳ ଚଳାଚଳ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ରୋଡ ଷ୍ଟେସନ ନିକଟ ଭୋଗବେରେଣୀ ଠାରେ ଗତ ମଙ୍ଗଳବାର-ବୁଧବାର ରାତିରେ ଏକ ମାଲବାହୀ ଟ୍ରେନ ଦୁଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନର…
ଅଗ୍ନିକାଣ୍ଡରେ ଜଳିଗଲା ଘର – ନିଆଁରେ ପୋଡ଼ି ହୋଇ ଜଣେ ଗୁରୁତର ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ଗ୍ରାମରେ ବିଦ୍ୟୁତ ସର୍ଟସର୍କିଟ ହୋଇ ଘରେ ନିଆଁ ଲାଗିବା ସହ ଏହି ନିଆଁରେ ପୋଡ଼ି ହୋଇ ଜଣେ…
ଲାଞ୍ଚ ମାଗିବାର ଅଡିଓ ଭାଇରାଲ – ଭୋଟର ତାଲିକାରେ ନାମ ଚଢେଇବା ପାଇଁ ଲାଞ୍ଚ ମାଗୁଛନ୍ତି ଜିପିଓ (Video) ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକରେ କାର୍ଯ୍ୟରତ ଜିପିଇଓ ଭାସ୍କର ବେହେରା ଭୋଟର ତାଳିକାରେ ଥିବା ତୃଟିକୁ ସୁଧାରିବାକୁ ନେଇ ଲାଞ୍ଚ ଦାବି କରୁଥିବା ଅଡ଼ିଓ…