ମୁଖ୍ୟ ଖବର ଜଳିଗଲା ୨ ଟ୍ରକ ସହ ମଦ – ମଦ ଡିପୋରେ ଅଗ୍ନିକାଣ୍ଡ Angul OnlineAugust 18, 2024August 18, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଗାଁ ସ୍ଥିତ ରାଜ୍ୟ ସରକାରଙ୍କର ପାନୀୟ ନିଗମ ଗୋଦାମ ପରିସରରେ ୨ଟି ମଦ ବୋଝେଇ ଟ୍ରକରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର କ୍ଷୟକ୍ଷତି ଘଟିଛି । ସୂଚନା ଅନୁସାରେ , ଖୋର୍ଦ୍ଧା ମଦ ଡିପୋରୁ ଆଜି ୨ ଟ୍ରକରେ ବିୟର ବୋଝେଇ ହୋଇ ଦୁର୍ଗାପୁର ଠାରେ ଥିବା ଗୋଦାମକୁ ଆସିଥିଲା । ରବିବାର ଛୁଟି ଦିନ ଥିବାରୁ ଟ୍ରକ ଦୁଇଟି ଖାଲି ହୋଇପାରିନଥିଲା । ଗୋଦାମ ପରିସରରେ ଟ୍ରକ ଦୁଇଟି ଛିଡା ହୋଇଥିଲା ବେଳେ ୨ ଟ୍ରକରେ ନିଆଁ ଲାଗି ବୋତଲ ଫାଟିବାକୁ ଲାଗିଥିଲା । ଏହା ଦେଖି ସେଠାରେ ଥିବା ସିକୁରିଟି ଗାର୍ଡ ମାନେ ସ୍ଥାନୀୟ ପୂଲିସ ଓ ଦମକଳ ବିଭାଗକୁ ଖବର ଦେଇଥିଲେ । ଦମକଳ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ । ତେବେ ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗଁ ହୋଇଥିବା ଅଗ୍ନିଶମ ବିଭାଗ ସନ୍ଦେହ କରିଥିବା ବେଳେ ଲାକ୍ଷାଧିକ ଟଙ୍କାର ମଦ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇଁ ଅବକାରୀ ବିଭାଗ କର୍ମଚାରୀ ମାନେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । Advertisement
ଆସପଣ୍ଡ ପୋଖରୀରେ ବୁଡିଗଲେ ଯୁବକ କଣିହାଁ – ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ଥାନା ଏନଟିପିସି ଆସପଣ୍ଡ ପୋଖରୀରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ପୋଖରୀକୁ ଶୌଚ ହେବାକୁ…
ତାଳଚେର-ବିମଳାଗଡ଼ ରେଳପଥ ଓ ଜାତୀୟ ରାଜପଥ ୫୫ କାମ ଶୀଘ୍ର ସାରିବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦେଶ ଅନୁଗୁଳ – ଭୁବନେଶ୍ବର ରାଜ୍ୟ ଅତିଥି ଭବନଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଠିକଣା ସମୟରେ…
ଛାତ୍ରୀ ଆସିବା ପରେ ସି ସି ଟିଭି ମୋଡିଦେଲେ ଅଧ୍ୟାପକ – ଅଧ୍ୟାପକଙ୍କୁ ଅଡୁଆ ହେଲା କି କ୍ୟାମେରା ? ଅନୁଗୁଳ – ଅଧ୍ୟାପକଙ୍କୁ ଅଡ଼ୁଆ ସିସିଟିଭି। ସିସିଟିଭିକୁ ମୋଡ଼ି ଉପରମୁହାଁ କରିଛନ୍ତି। କୋଠରିରେ କ’ଣ ହେଉଛି, ଯେମିତି କେହି ଜାଣି ନପାରିବେ, ସେନେଇ ବେଶ୍ ତତ୍ପର ଜଣାପଡ଼ୁଛନ୍ତି…