ଖେଳ ଓ ଖେଳାଳି ୨୯ ତମ ରାଜ୍ୟ ଉଷୁ ଚମ୍ପିୟାନସିପ ଉଦଯାପିତ Angul OnlineJune 12, 2023June 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ସଦର ମହକୁମାର ଇଣ୍ଡୋର ହଲଠାରେ ଉଷୁ ଆସୋସିଏସନ୍ ଅଫ୍ ଅନୁଗୋଳ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମରେ ଚାଲିଥିବା ୨୯ ତମ ରାଜ୍ୟ ଉଷୁ ଚମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଯାଇଛି । ଏହି ଚମ୍ପିୟନ୍ସିପ୍ରେ ୩ଟି ବର୍ଗରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଭଳି କି ମୋଟ୍ ୮୫ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଚମ୍ପିୟନ୍ସିପ୍ରେ ସବ୍ ଜୁନିୟର ବର୍ଗରେ କେନ୍ଦୁଝର ଚମ୍ପିୟନ୍ ହୋଇଥିବାବେଳେ ଜୁନିୟର ବର୍ଗରେ ଖୋର୍ଦ୍ଧା ଓ ସିନିୟର ବର୍ଗରେ ସୁନ୍ଦର ଗଡ଼ ଚମ୍ପିୟନ୍ ହୋଇଛି । ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମ୍ରେ ଚାଲିଥିବା ସବ ଜୁନିୟର ବିଭାଗରେ ୧୪ ଟି ଜିଲ୍ଲାର ଖେଳାଳୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ କେନ୍ଦୁଝର ଜିଲ୍ଲା ସବୁଠୁ ଭଲ ପ୍ରଦର୍ଶନ କରି ଶୀର୍ଷରେ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ଓ ଅନୁଗୋଳ ଜିଲ୍ଲା ତୃତୀୟ ସ୍ଥାନରେ ରହିଥିଲା । ସେହିଭଳି ଜୁନିୟର ବିଭାଗରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମ , କେନ୍ଦୁଝର ଦ୍ଵିତୀୟ ଓ ଅନୁଗୋଳ ଜିଲା ତୃତୀୟ ସ୍ଥାନ ଗ୍ରହଣ କରିଥିଲା । ସିନିୟର ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଥମ ସ୍ଥାନରେ ଥିବାବେଳେ କେନ୍ଦୁଝର ଜିଲ୍ଲା ଦ୍ଵିତୀୟ ଓ ପୁରୀ ଜିଲ୍ଲା ତୃତୀୟ ସ୍ଥାନ ପାଇଥିଲା । ଏହି ପ୍ରତିଯୋଗିତାରୁ ଚୟନ ହୋଇଥିବା କ୍ରୀଡାବୀତମାନେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲା ମୋଷ୍ଟ ପ୍ରମୋଟିଙ୍ଗ ଦଳ ଭାବେ ଘୋଷଣା ହୋଇଥିବାବେଳେ ପୁରୁଷ ବର୍ଗରେ ଶ୍ରେଷ୍ଠ ଫାଇଟର୍ ଭାବେ କେନ୍ଦୁଝର ଜିଲ୍ଲାର ରାଜେଶ ମୁଣ୍ଡା, ମହିଳା ବର୍ଗରେ ଶ୍ରେଷ୍ଠ ଫାଇଟର ଭାବେ ସୁନ୍ଦରଗଡ଼ ଜିଲ୍ଲାର ରିୟା ଠାକୁରଙ୍କ ନାମ ଘୋଷଣା କରାଯାଇଛି । ସେହିଭଳି ପୁରୁଷ ବର୍ଗରେ ଶ୍ରେଷ୍ଠ ତାଉଳୁ ଭାବେ ଖୋର୍ଦ୍ଧା ଜିଲ୍ଲାର ଆଶୁତୋଷ ମହାରଣା ଓ ମହିଳା ବର୍ଗରେ ଶ୍ରେଷ୍ଠ ତାଉଲୁ ଭାବେ ଖୋଦ୍ଧା ଜିଲ୍ଲାର ପାୟଲ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଉଦ୍ଯାପନୀ ଉତ୍ସବରେ ଅନୁଗୋଳ ବିଧାୟକ ତଥା ଉପ ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ସାଏ, ପାଲଲହଡା ବିଧାୟକ ମୁକେଶ ପାଳ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ଜିଲା କ୍ରୀଡ଼ା ଅଧ୍ୟାରୀ ଅକ୍ଷୟ କୁମାର ସିଠ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କୁଶାସିଙ୍ଗ ଗ୍ରାମରେ ଅବସ୍ଥିତ ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ଏହା ଉଦଯାପିତ…
ବିଜୁ ପ୍ରିମିୟର ଲିଗ୍ ର ଉଦଘାଟନ ଉତ୍ସବ ଓ ଟ୍ରଫି ଉନ୍ମୋଚନ ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜୁ ଯୁବ – ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଜୁ ପ୍ରିମିୟର ଲିଗ୍ ର କ୍ରିକେଟ ପ୍ରତିଯୋଗିତାର…
ହେମସୁରପଡା କ୍ଲବ ଫୁଟବଲ – ଟାଇବ୍ରେକରରେ ମା ବୁଢ଼ୀ କ୍ଲବ ବିଜୟୀ ଅନୁଗୁଳ – ଅନୁଗୁଳ ଟାଉନ ହାଇସ୍କୁଲ ପଡ଼ିଆରେ ୧୧ତମ ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଆଜି ଉଦଘାଟିତ ଏହି ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟ…