ଅପରାଧ ଦାଦାବଟି ମାଗି ୩ ଗିରଫ Angul OnlineJune 14, 2021June 14, 2021 ତାଳଚେର – ଅନୁଗୁଳ ଜିଲ୍ଲା ସମଲ ପୁଲିସ ଦାଦାବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୁଲେଇ ଗାଁର ବାଜିଆ ମହାନ୍ତି , ଟୁଲୁ ମହାନ୍ତି ଏବଂ ସୁମନ୍ତ ମହାନ୍ତି । ସୂଚନା ଅନୁସାରେ କୁଲେଇ ଗାଁ ସାପ୍ତାହିକ ହାଟ ପାଖରେ ଓପିଟିସିଏଲ ପକ୍ଷରୁ ମେଣ୍ଟେନାନ୍ସ କାମ ଚାଲିଛି । ଏହି କାମ ଚାଲିଥିବା ବେଳେ କୁଲେଇ ଗାଁର ଚାରି ଜଣ ଯୁବକ ସେଟାକୁ ଆସି ଦାଦା ବଟି ମାଗିଥିଲେ । ଦାଦାବଟି ନଦେଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏହା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଗାଡି ଭାଙ୍ଗି ଦେଇଥିଲେ । ଆଉ ସେଠାରେ ଥିବା କିଛି କର୍ମଚାରୀଙ୍କୁ ଏକ ବାଡିରେ ମାଡ ମଧ୍ୟ ମାରିଥିଲେ । ଏହି ଘଟଣାକୁ ନେଇ ଏସଡ଼ିଓ ରାଜୀବ ଲୋଚନ ପଣ୍ଡା ସମଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାରେ ତଦନ୍ତ କରି କୁଲେଇ ଗାଁର ବାଜିଆ ମହାନ୍ତି , ଟୁଲୁ ମହାନ୍ତି ଏବଂ ସୁମନ୍ତ ମହାନ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଶିଳପୁଆରେ ଛେଚି ଭାଉଜକୁ ହତ୍ୟା କଲା ଦିଅର ଅନୁଗୁଳ – ଅନୁଗୁଳ ସଦର ଥାନା ସୁସୁଡା ଗାଁରେ ଆଯି ( ବୁଧବାର) ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି । ଦିଅର ଶିଳପୁଆରେ ଛେଚି ଭାଉଜକୁ…
ତୀର ମାଡରେ ଯୁବକ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ଜଣେ ଯୁବକଙ୍କୁ ତୀର ମାଡ ହୋଇଥିବା ବେଳେ ତୀର ଲାଗିଥିବା ଅବସ୍ଥାରେ ସେ ଆସି…
ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧୮ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଲେ ସାଇବର ଠକ ଅନୁଗୋଳ – ସାଇବର ଠକଙ୍କୁ ନେଇ ପୁଲିସ ଯେତେ ସଚେତନ କଲେବି ଲୋକ ସଚେତନ ହେଉ ନାହାନ୍ତି । ଫଳରେ ଲକ୍ଷାଧିକ ଟଙ୍କା ଠକେଇର ଶିକାର…