ଅପରାଧ ୩ ଲକ୍ଷ ୯୯ ହଜାର ଲୁଟିନେଲା ଅଜଣା ସାଇବର ଠକ Angul OnlineSeptember 29, 2022September 29, 2022 ତାଳଚେର – ସାଇବର ଲୁଟେରାଙ୍କୁ ଦୌରାତ୍ମ କମୁ ନାହିଁ । ଯାହା ଫଳରେ ପ୍ରାୟ ପ୍ରତ୍ୟେକ ଦିନ ଏହି ଲୁଟେରାଙ୍କ ଶିକାର ହେଉଛନ୍ତି ସାଧାରଣ ଲୋକ । ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ସୁଜିତ ନାମକ ଜଣେ ବ୍ୟକ୍ତି ଏହି ଠକଙ୍କ ହାବୁଡ଼ରେ ପଡି ପ୍ରାୟ ୪ ଲକ୍ଷ ଟଙ୍କା ହରାଇଛନ୍ତି । ସୂଚନା ଅନୁସାରେ ସୁଜିତଙ୍କର , ଆଇସିଆଇସିଆଇ ବ୍ୟାଙ୍କ୍ର ଏକ କ୍ରେଡିଟ୍ କାର୍ଡ ଥିଲା । ଯାହାକୁ ସେ ବ୍ୟବହାର କରୁ ନଥିଲେ । ତେବେ ଏକ ଅଜଣା ନମ୍ବରରୁ ସୁଜିତଙ୍କୁ ଏକ ଫୋନ ଆସିବା ସହ କ୍ରେଡିଟ୍ କାର୍ଡ କାହିଁକି ବ୍ୟବହାର କରୁ ନାହାନ୍ତି ବୋଲି ଅଜଣା ବ୍ୟକ୍ତି ପ୍ରଶ୍ନ କରିଥିଲା। ତାକୁ ବ୍ୟବହାର ନ କଲେ କିମ୍ବା ବନ୍ଦ ନ କରି ଦେଲେ ଆକାଉଣ୍ଟ୍ରୁ ଟଙ୍କା କଟିଯିବ ବୋଲି ସେହି ଅଜଣା ବ୍ୟକ୍ତି କହିଥିଲା । ନିଜକୁ ବ୍ୟାଙ୍କର କର୍ମଚାରୀ ପରିଚୟ ଦେଇ ଥିବାରୁ ସୁଜିତ ତା କଥାକୁ ବିଶ୍ବାସ କରିବା ସହ କ୍ରେଡିଟ୍ କାର୍ଡକୁ ବନ୍ଦ କରିବାକୁ ଚାହିଁଥିଲେ । ଏହାପରେ ଅଜଣା ବ୍ୟକ୍ତି ସୁଜିତଙ୍କୁ ଏକ ଲିଙ୍କ ପଠାଇଥିଲା ଏବଂ ନିର୍ଦେଶ ଅନୁଯାୟୀ ଲିଙ୍କ ପୂରଣ କରିବାକୁ କହିଥିଲା । ଏହାର କିଛି ସମୟ ପରେ ତାଙ୍କ କାର୍ଡରୁ ତିନି ଥରରେ ୩ ଲକ୍ଷ ୯୯ ହଜାର ଟଙ୍କା କଟି ଯାଇଥିଲା । ପ୍ରଥମ ଥର ଦେଢ଼ ଲକ୍ଷ ଏବଂ ଦ୍ବିତୀୟ ଥର ୯୯ ହଜାର ଏବଂ ତୃତୀୟ ଥର ଦେଢ଼ ଲକ୍ଷ ଟଙ୍କା କଟିବା ପରେ ସୁଜିତ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ଏ ସମ୍ପର୍କରେ ସୁଜିତ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାରେ ଏକ ମାମାଲା ରୁଜୁ କରି ତଦନ୍ତ କରୁଛି । Advertisement
ହତ୍ୟାକାରୀ ବାପା ଓ ଦୁଇ ପୁଅଙ୍କୁ ଆଜୀବନ କରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗାଁରେ ଘଟିଥିବା ଏକ ହତ୍ୟା ମାମଲାର ବିଚାରକରି ଶୁକ୍ରବାର ୩ ଜଣ ହତ୍ୟାକାରୀଙ୍କୁ ଜିଲ୍ଲା ଦୌରା…
ପଞ୍ଜାବରୁ ଆସି କରୁଥିଲେ ଅପରାଧ – ମାରଣାସ୍ତ୍ର ସହ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ ପୁଲିସ କବଜାରେ ପଞ୍ଜାବର ଦୁଇ ଅପରାଧୀ । ଯେଉଁମାନେ ଅନୁଗୁଳ ଜିଲାରେ ରହି ବିଭିନ୍ନ ପ୍ରକାର ଅପରାଧ ଘଟାଉ ଥିବା…
ଦୁଷ୍କର୍ମ ଓ ସାମାଜିକ ଗଣମାଧ୍ୟମରେ ନଗ୍ନ ଫଟୋ ଛାଡିବା ଅଭିଯୋଗରେ ଯୁବକ ଗିରଫ ଅନୁଗୁଳ – ଜୋରଜବରଦସ୍ତ ଯୁବତୀଙ୍କ ପ୍ରେମ ସମ୍ପର୍କ ପରେ ଶାରୀରିକ ସମ୍ପର୍କ ଏବଂ ପରେ ସାମାଜିକ ଗଣମାଧ୍ୟମରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଛାଡିବା ଅଭିଯୋଗରେ ଅନୁଗୁଳ ଟାଉନ…