ବାହାଘର ଭୋଜି ଖାଇ ୩୪ ଜଣ ଅସୁସ୍ଥ

ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତର ଟୁସର ଗ୍ରାମରେ ବାହାଘର ଭୋଜି ଖାଇ ୩୪ ଜଣ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ନିକଟସ୍ଥ ମାଧପୁର ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ହେଉଥିବା ବେଳେ ଅନ୍ୟମାନଙ୍କୁ ଆଠମଲ୍ଲିକ ଓ ବୌଦ୍ଧ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି । ଗ୍ରାମରେ ଝାଡା ବାନ୍ତି ରୋଗ ବ୍ୟାପିବା ଖବର ପାଇ ଆଠମଲ୍ଲିକ ,ମାଧପୁରରୁ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିବା ସହିତ ୨୦ ଜଣଙ୍କୁ ଗୁରୁତର ଅବସ୍ଥାରେ ମାଧପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରାଯାଇ ଥିଲା । ଅନୁଗୁଳରୁ ଡାକ୍ତରୀ ଦଳ ଟୁସର ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ନମୁନା ସଂଗ୍ରହ କରି ଫେରିଯାଇଛନ୍ତି । ପ୍ରଶାସନ ପକ୍ଷରୁ ଗ୍ରାମରେ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରିସ୍ଥତି ନିୟନ୍ତ୍ରଣାଧୀନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣା ପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *