ଆଞ୍ଚଳିକ ଜାତୀୟ ରାଜପଥରେ ଓଲଟିଲା କାର – ଗୋଟିଏ ପରିବାରର ୪ ଗୁରୁତର Angul OnlineJuly 22, 2021July 22, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଜରପଡା ଥାନା ଭାଗିରଥୀପୁର ନିକଟରେ ଏକ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଚାଳକ ସମେତ ୪ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି(ଗୁରୁବାର) ସକାଳ ୭ ଟାରେ ଠାକୁରଗଡ଼ ଅଞ୍ଚଳରୁ ଓଡ଼ି-୧୯-ଏଲ-୫୮୪୫ ନମ୍ବରର ଏକ କାର ରୋଗୀ ନେଇ ଅନୁଗୁଳ ଆସୁଥିଲା । ତେବେ ଭାଗିରଥୀପୁର ଗ୍ରାମ ନିକଟରେ ବିପରୀତ ପଟୁ ଆସୁଥିବା ମୋଟରସାଇକେଲ ହଠାତ କାର ସମ୍ମୁଖକୁ ପଳେଇ ଆସିଥିଲା । ସେହି ମୋଟାରସାଇକେଲକୁ ବଞ୍ଚେଇବାକୁ ଯାଇ କାରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଏହି ଦୁର୍ଘଟଣାରେ ଚାଳକ ସମେତ ୪ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଜରପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଜବତ କରି ତଦନ୍ତ କରୁଛି । Advertisement
ଗୋଟିଏ ଦିନରେ ୪୫ ହଜାର ଜୋରିମନା – ମୋଦୀ କଲେକ୍ସନ ୫ ଦିନ ପାଇଁ ସିଲ ଅନୁଗୁଳ – କୋଭିଡ ନିୟମ ପାଳନ ନ କରିବା ଯୋଗୁଁ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପ୍ରଶାସନ । ଜିଲ୍ଲାରେ କାରୋନା ସଂକ୍ରମଣ…
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଦାବି ଅନୁଗୁଳ – ଗୋବଂଶର ସୁରକ୍ଷା ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବା ସହ ଧର୍ମାନ୍ତରୀକରଣ ବନ୍ଦ କରିବା…
କଲେଜ ଅଧ୍ୟକ୍ଷଙ୍କ ପରଲୋକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ ରଞ୍ଜନ ପାତ୍ରଙ୍କ ଅକାଳ ବିୟୋଗ ହୋଇଛି । ସୂଚନା ଯେ ଆଲୋକ ରଞ୍ଜନ ପାତ୍ର ଯୁକ୍ତ…