ଅପରାଧ ଚୋରା ବାଲି ଚାଲାଣ ଅଭିଯୋଗରେ ୫ ଗିରଫ Angul OnlineMay 12, 2023May 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୁଲିସ ଶୁକ୍ରବାର ସକାଳେ ବାଲି ଚୋରା ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିବା ସହ ୫ଟି ଟ୍ରକ୍କୁ ଜବତ କରିଛି । ସୂଚନା ଅନୁସାରେ, ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ସୀମାରେ ଥିବା ଟିକିରା ନଦୀରୁ ନିୟମିତ ଚୋରା ବାଲି ଚାଲାଣ ହେଉଛି । ଏ ନେଇ ସୂଚନା ପାଇବାପରେ ଛେଣ୍ଡିପଦା ପୁଲିସ ଶୁକ୍ରବାର ସକାଳେ ଛେଣ୍ଡିପଦା ମେଡ଼ିକାଲ ଛକ ପାଖରେ ଚୋରା ଚାଲାଣ ହେଉଥିବା ୫ଟି ଟ୍ରକ୍କୁ ଜବତ କରିବାସହ ଏହାର ଚାଳକ ମାମୁରିଆ ଗାଁର ନୃପତି ମାଝୀ(୩୦), ରୁଲୁ ସାହୁ(୪୦), ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ଷେଣ୍ଢା ଗାଁର ପ୍ରଫୁଲ ଠାକୁର(୩୩), ଆମ୍ବଖୋଳ ଗାଁର ବଂଶୀଧର ଧଳ(୨୫) ଓ କିଶୋରନଗର ଥାନା ଅନ୍ତର୍ଗତ ହିମତିରା ଗାଁର ବିନୋଦ ବେହେରା(୩୧)ଙ୍କୁ ଗିରଫକରି ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି । Advertisement
ନୋଟ ବଦଳରେ କାଗଜ ବିଡା ଦେଇ ଠକୁଥିଲେ – ୩ ଠକଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଆଜି ତିନି ଜଣ ଠକକୁ ଗିରଫ କରିଛି । ୫୦୦ ଟଙ୍କିଆ ନୋଟ ବଦଳରେ ଅଧିକ ପରିମାଣର ୧୦୦ ଟଙ୍କିଆ…
ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ମୋବାଇଲ ଲୁଟି ନେଇଛି । ଗରିବ ,…
ମେଡିସିନ ରିପ୍ରେଜେଣ୍ଟିଭଙ୍କୁ କଟୁରୀରେ ହାଣି ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବୁଢାପାଳ- ଛେଣ୍ତିପଦା ଜାତୀୟ ରାଜପଥ ୧୫୩(ବି)ର ନୂଆପଡା ଗାଁ ନିକଟରେ ଥିବା କାଜୁ ବଗିଚା ଠାରୁ ଜଣେ ମେଡିସିନ…