ଅପରାଧ ଚୋରା ବାଲି ଚାଲାଣ ଅଭିଯୋଗରେ ୫ ଗିରଫ Angul OnlineMay 12, 2023May 12, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୁଲିସ ଶୁକ୍ରବାର ସକାଳେ ବାଲି ଚୋରା ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିବା ସହ ୫ଟି ଟ୍ରକ୍କୁ ଜବତ କରିଛି । ସୂଚନା ଅନୁସାରେ, ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ସୀମାରେ ଥିବା ଟିକିରା ନଦୀରୁ ନିୟମିତ ଚୋରା ବାଲି ଚାଲାଣ ହେଉଛି । ଏ ନେଇ ସୂଚନା ପାଇବାପରେ ଛେଣ୍ଡିପଦା ପୁଲିସ ଶୁକ୍ରବାର ସକାଳେ ଛେଣ୍ଡିପଦା ମେଡ଼ିକାଲ ଛକ ପାଖରେ ଚୋରା ଚାଲାଣ ହେଉଥିବା ୫ଟି ଟ୍ରକ୍କୁ ଜବତ କରିବାସହ ଏହାର ଚାଳକ ମାମୁରିଆ ଗାଁର ନୃପତି ମାଝୀ(୩୦), ରୁଲୁ ସାହୁ(୪୦), ଦେବଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଅନ୍ତର୍ଗତ ଷେଣ୍ଢା ଗାଁର ପ୍ରଫୁଲ ଠାକୁର(୩୩), ଆମ୍ବଖୋଳ ଗାଁର ବଂଶୀଧର ଧଳ(୨୫) ଓ କିଶୋରନଗର ଥାନା ଅନ୍ତର୍ଗତ ହିମତିରା ଗାଁର ବିନୋଦ ବେହେରା(୩୧)ଙ୍କୁ ଗିରଫକରି ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି । Advertisement
ନକଲି କାଗଜପତ୍ରରେ ତାଳଚେରରୁ ଚୋରା କୋଇଲା ଚାଲାଣ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶୁକ୍ରବାର ଜାତୀୟ ରାଜପଥ ୫୫ ର ସନ୍ତ୍ରୀ ଛକଠାରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି…
ଦୁଷ୍କର୍ମ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଗତ ଦୁଇବର୍ଷ ତଳେ ଜଣେ ଯୁବତୀକୁ ଜଙ୍ଗଲକୁ ନେଇ ବଳାତ୍କାର କରିବା ମାମଲାର ରାୟ ମଙ୍ଗଳବାର ଜିଲ୍ଲା…
ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚାଷ ପୁଣି ସକ୍ରିୟ ଗଞ୍ଜେଇ ମଫିଆ – ବଢିଛି ଗଞ୍ଜେଇ ଚା ଅନୁଗୁଳ – ଏକଦା ଗଞ୍ଜେଇ ହବ୍ କୁହା ଯାଉଥିବା ଅନୁଗୁଳ ଜିଲ୍ଲାରେ ପୁଣି ଚେଇଁଲେଣି ଗଞ୍ଜେଇ…