ଅପରାଧ ଚାନ୍ଦା ଆଦାୟ ଅଭିଯୋଗରେ ୫ ଗିରଫ Angul OnlineNovember 1, 2022November 1, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗରେ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ସୋମବାର ବିଳମ୍ବିତ ରାତିରେ ଅନୁଗୁଳ-ଛେଣ୍ଡିପଦା ରାଜ୍ୟ ରାଜପଥ ୬୩ର ଜରାସିଂହା ତାରିଣୀ ମନ୍ଦିର ସାମ୍ନାରେ ୫ ଜଣ ଯୁବକ ମାରଣାସ୍ତ୍ର ଧରି ଜେଏସପିଏଲକୁ ଯାଉଥିବା ଟ୍ରକ୍ ଓ ଅନ୍ୟାନ୍ୟ ଗାଡି ଗୁଡିକୁ ଅଟକାଇ ଜୋର ଜବରଦସ୍ତ ଭାବରେ କାର୍ତ୍ତିକେଶ୍ବର ପୂଜା ନାଁରେ ଚାନ୍ଦା ଆଦାୟ କରୁଥିଲେ । ଏହି ଖବର ପୁଲିସ ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ ସେଠାରେ ଚାନ୍ଦା ଆଦାୟ କରୁଥିବା ଜରାସିଂହା ଗାଁର ବିଗ୍ନେଶ ବେହେରା , ତରୁଣ ନାଏକ , ରାକେଶ ନାଏକ , ଦୀପକ ବେହେରା ଓ ଅନିଲ ନାଏକଙ୍କୁ କାବୁ କରି ନେଇଥିଲା । ଜାଞ୍ଚ ବେଳେ ସେମାନଙ୍କଠାରୁ ଗୋଟିଏ ଖଣ୍ଡା , ଗୋଟିଏ ଭୂଜାଲୀ , ୧୬ ଶହ ଟଙ୍କା , ପୂଜା ଚାନ୍ଦା ରସିଦ ବହି ଜବତ କରା ଯାଇଥିଲା । ପୁଲିସ ସେମାନଙ୍କୁ ଥାନାକୁ ନେବା ସହ ଏ ନେଇ ଏକ ମାମଲା ରୁଜୁକରି ଚାନ୍ଦା ଆଦାୟ ଅଭିଯୋଗରେ ଏହି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଏୟାରଫୋର୍ସ କର୍ମଚାରୀ ନାମରେ ବଧୁହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରୁ ହିନ୍ଦୋଳ ଅଞ୍ଚଳରେ ବିବାହ କରିଥିବା ଜଣେ ଝିଅର ସନ୍ଦେହଜନକ ମୃତ୍ୟୁ ହୋଇଛି । ପଞ୍ଜାବରେ ସ୍ଵାମୀଙ୍କ ସହ ରହୁଥିବା…
ପଥରରେ ଛେଚି ମହିଳାଙ୍କୁ ହତ୍ୟା – ବୋହୁ, ସମୁଦୁଣି ଅଟକ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ ରହୁଥିବା ଏକ ଭଡା ଘରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ସଦର…
ଗ୍ରାହକଙ୍କୁ ହୋଟେଲ କର୍ମଚାରୀଙ୍କ ନିସ୍ତୁକ ମାଡ – ଥାନାରେ ଅଭିଯୋଗ ଅନୁଗୁଳ – ଅନୁଗୁଳ ସହରର ଏକ ପ୍ରତିଷ୍ଠିତ ହୋଟେଲରେ ଖାଇବାକୁ ଯାଇଥିବା ଗ୍ରାହକଙ୍କୁ ନିସ୍ତୁକ ମାଡ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଅନୁଗୁଳ ଥାନାରେ…