ଅପରାଧ ଚାନ୍ଦା ଆଦାୟ ଅଭିଯୋଗରେ ୫ ଗିରଫ Angul OnlineNovember 1, 2022November 1, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗରେ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ସୋମବାର ବିଳମ୍ବିତ ରାତିରେ ଅନୁଗୁଳ-ଛେଣ୍ଡିପଦା ରାଜ୍ୟ ରାଜପଥ ୬୩ର ଜରାସିଂହା ତାରିଣୀ ମନ୍ଦିର ସାମ୍ନାରେ ୫ ଜଣ ଯୁବକ ମାରଣାସ୍ତ୍ର ଧରି ଜେଏସପିଏଲକୁ ଯାଉଥିବା ଟ୍ରକ୍ ଓ ଅନ୍ୟାନ୍ୟ ଗାଡି ଗୁଡିକୁ ଅଟକାଇ ଜୋର ଜବରଦସ୍ତ ଭାବରେ କାର୍ତ୍ତିକେଶ୍ବର ପୂଜା ନାଁରେ ଚାନ୍ଦା ଆଦାୟ କରୁଥିଲେ । ଏହି ଖବର ପୁଲିସ ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ ସେଠାରେ ଚାନ୍ଦା ଆଦାୟ କରୁଥିବା ଜରାସିଂହା ଗାଁର ବିଗ୍ନେଶ ବେହେରା , ତରୁଣ ନାଏକ , ରାକେଶ ନାଏକ , ଦୀପକ ବେହେରା ଓ ଅନିଲ ନାଏକଙ୍କୁ କାବୁ କରି ନେଇଥିଲା । ଜାଞ୍ଚ ବେଳେ ସେମାନଙ୍କଠାରୁ ଗୋଟିଏ ଖଣ୍ଡା , ଗୋଟିଏ ଭୂଜାଲୀ , ୧୬ ଶହ ଟଙ୍କା , ପୂଜା ଚାନ୍ଦା ରସିଦ ବହି ଜବତ କରା ଯାଇଥିଲା । ପୁଲିସ ସେମାନଙ୍କୁ ଥାନାକୁ ନେବା ସହ ଏ ନେଇ ଏକ ମାମଲା ରୁଜୁକରି ଚାନ୍ଦା ଆଦାୟ ଅଭିଯୋଗରେ ଏହି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଡିକି ଭାଙ୍ଗି ଟଙ୍କା ଲୁଟେରାଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ଼ ଅନୁଗୁଳ – ଚୋରଙ୍କୁ ବାନ୍ଧି ନିର୍ଧୁମ ପିଟିଲେ ଲୋକ । ଖୁଣ୍ଟ ରେ ବାନ୍ଧିଦେଲେ ଆଉ ତାପରେ ଯିଏ ପାରିଲା ବିଧା , ଆଣ୍ଠୁଆ ମାରି ଚାଲିଲା…
ଘରୋଇ କଳହରୁ ହତ୍ୟାକାଣ୍ଡ – ଦାଦାଙ୍କୁ ପିଟି ପିଟି ମାରିଦେଲେ ୩ ପୁତୁରା ଆଠମଲ୍ଲିକ -(AO) – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ ଘରୋଇ କଳହରୁ ଆଜି ଏକ ହତ୍ୟାକାଣ୍ଡ ହୋଇଥିବା ଜଣା ପଡିଛି । ୩…
ବିପୁଳ ପରିମାଣର ଚୋରା ସ୍କ୍ରାପ ଜବତ – ୩ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଛେଣ୍ଡିପଦା-ଜରପଡା ରାସ୍ତାର ଶୁନଭୂଇଁ ନିକଟରୁ ଦୁଇଟି ଚୋରା ସ୍କ୍ରାପ ବୋଝେଇ ଗାଡି ଦୁଇଟିକୁ…