ଅପରାଧ ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ Angul OnlineJune 13, 2021June 13, 2021 କଣିହାଁ – ଅନୁଗୁଳ ଜିଲ୍ଲା ରେଙ୍ଗାଳି ଥାନା ସଂସାମରା ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ବେଳେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ସେହି ଗାଁର ଶ୍ରୀନିବାସ ସାହୁ ବୋଲି ଜଣା ପଡିଛି । ଗୁରୁତର ୨ ଜଣ ହେମନ୍ତ ସାହୁ ଓ ବିପ୍ରବର ସାହୁ । ୪ ରୁ ୫ ବର୍ଷ ହେବ ପଡ଼ୋଶୀ ପ୍ରଶାନ୍ତ ସାହୁଙ୍କ ପରିବାର ସହ ଶ୍ରୀନିବାସଙ୍କ ପରିବାରର ଜମିବାଡ଼ି ବିବାଦ ଲାଗିରହିଥିଲା । ଗତକାଲି ସନ୍ଧ୍ୟାରେ ଏହା ଉଗ୍ର ରୂପ ନେଇଥିଲା । ପ୍ରଶାନ୍ତଙ୍କ ପରିବାର ସଦସ୍ୟଙ୍କ ଆକ୍ରମଣରେ ଶ୍ରୀନିବାସଙ୍କ ପରିବାରର ୩ ଜଣ ଗୁରୁତର ହୋଇଥିଲେ । ସେଥିମଧ୍ୟରୁ ଶ୍ରୀନିବାସଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । Advertisement
କଳାହିରାର ସହରରୁ ଧଳା ଜହର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଅନେକ ଦିନ ହେଲା କଳାହିରାର ସହର ତାଳଚେରରେ ଧଳା ଜହର ବିକ୍ରି…
ସ୍ତ୍ରୀକୁ ହତ୍ୟା ଘଟଣା, ପୁଲିସ ହତ୍ୟାକାରୀ ସ୍ୱାମୀକୁ ନେଇ କଲା ସିନ୍ ରିକ୍ରିଏସନ ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଗତ କାଲି ସ୍ତ୍ରୀ ହତ୍ୟା କରି ଫେରାର୍ ହୋଇ ଯାଇଥିବା ସ୍ୱାମୀକୁ ଧରିଲା ପୁଲିସ ।…
ଭିନ୍ନକ୍ଷମ ବୃଦ୍ଧ ଜୀବନ୍ତ ଦଗ୍ଧ ବନ୍ତଳା – ଅନୁଗୁଳ ବ୍ଲକ ଶଙ୍ଖପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁ ଲାଗି ଜଣେ ଭିନ୍ନକ୍ଷମ ବୃଦ୍ଧ ଜଳିଯାଇଛନ୍ତି । ପ୍ରାପ୍ତ ସୂଚନା…