ଅପରାଧ ଚାନ୍ଦା ଆଦାୟ ଅଭିଯୋଗରେ ୫ ଗିରଫ Angul OnlineNovember 1, 2022November 1, 2022 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗରେ ୫ ଜଣ ଯୁବକଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ସୋମବାର ବିଳମ୍ବିତ ରାତିରେ ଅନୁଗୁଳ-ଛେଣ୍ଡିପଦା ରାଜ୍ୟ ରାଜପଥ ୬୩ର ଜରାସିଂହା ତାରିଣୀ ମନ୍ଦିର ସାମ୍ନାରେ ୫ ଜଣ ଯୁବକ ମାରଣାସ୍ତ୍ର ଧରି ଜେଏସପିଏଲକୁ ଯାଉଥିବା ଟ୍ରକ୍ ଓ ଅନ୍ୟାନ୍ୟ ଗାଡି ଗୁଡିକୁ ଅଟକାଇ ଜୋର ଜବରଦସ୍ତ ଭାବରେ କାର୍ତ୍ତିକେଶ୍ବର ପୂଜା ନାଁରେ ଚାନ୍ଦା ଆଦାୟ କରୁଥିଲେ । ଏହି ଖବର ପୁଲିସ ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ ସେଠାରେ ଚାନ୍ଦା ଆଦାୟ କରୁଥିବା ଜରାସିଂହା ଗାଁର ବିଗ୍ନେଶ ବେହେରା , ତରୁଣ ନାଏକ , ରାକେଶ ନାଏକ , ଦୀପକ ବେହେରା ଓ ଅନିଲ ନାଏକଙ୍କୁ କାବୁ କରି ନେଇଥିଲା । ଜାଞ୍ଚ ବେଳେ ସେମାନଙ୍କଠାରୁ ଗୋଟିଏ ଖଣ୍ଡା , ଗୋଟିଏ ଭୂଜାଲୀ , ୧୬ ଶହ ଟଙ୍କା , ପୂଜା ଚାନ୍ଦା ରସିଦ ବହି ଜବତ କରା ଯାଇଥିଲା । ପୁଲିସ ସେମାନଙ୍କୁ ଥାନାକୁ ନେବା ସହ ଏ ନେଇ ଏକ ମାମଲା ରୁଜୁକରି ଚାନ୍ଦା ଆଦାୟ ଅଭିଯୋଗରେ ଏହି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ଦୁର୍ଗା ବିହାର ଅଞ୍ଚଳରୁ ବଡ଼ ଧରଣର ଚୋରି ଅନୁଗୁଳ – ଅନୁଗୁଳ ତୁରଙ୍ଗ ଦୁର୍ଗା ବିହାର ଅଞ୍ଚଳରୁ ଏକ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘରେ କେହି ନଥିବା ବେଳେ ଘର…
ଶୋଇଥିବା ବେଳେ ଘରେ ଲଗେଇଦେଲେ ନିଆଁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ସାନକେରେଜାଙ୍ଗ ଗାଁର ଯୋଗେଶ୍ୱର ଘଡେଇଙ୍କ ପରିବାର ଘରେ ଶୋଇଥିବା ବେଳେ , ବାହାରପଟୁ କୌଣସି ଦୁର୍ବୃତ୍ତ ବାହାରୁ କବାଟରେ…
ବନ୍ଦେ ଭାରତକୁ ପଥର ମାରି ଦୁଇ ଗିରଫ ଅନୁଗୁଳ – ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍ ମଝିରେ ଗତ ୨୬ ତାରିଖ ସନ୍ଧ୍ୟାରେ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ପଥର ମାଡ଼ କରିବା ଅଭିଯୋଗରେ ରେଳବାଇ…