ଅପରାଧ ସାଇବର ଠକ ଲୁଟିନେଲେ ୫ ଲକ୍ଷ ଟଙ୍କା Angul OnlineAugust 1, 2024August 1, 2024 ଅନୁଗୁଳ – ସାଇବର ଠକେଇର ଶିକାର ହୋଇଛନ୍ତି ତ୍ରିମୂର୍ତ୍ତୀ ଅଫସେଟ ପ୍ରେସର ମାଲିକ ଚଣ୍ଡିକା ପ୍ରସାଦ ନନ୍ଦ । ଲିଙ୍କ ପଠାଇ ସାଇବର ଠକ ଲୁଟିନେଲେ ୫ ଲକ୍ଷ ୨୭ହଜାର ୩୯୭ଟଙ୍କା । ସୂଚନା ଅନୁସାରେ ଚଣ୍ଡିକା ପ୍ରସାଦଙ୍କ ୟୁନିଅନ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୫ଲକ୍ଷ ୨୭ହଜାର ଟଙ୍କା ଜମା ଥିବା ବେଳେ ଆଜି ସକାଳ ପ୍ରାୟ ୯-୩୫ ମିନିଟ ସମୟରେ ଜାଣିବାକୁ ପାଇଥିଲେ ଯେ ଏକାଧିକ ଥର ତାଙ୍କ ଆକାଉଣ୍ଟରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆକାଉଣ୍ଟରୁ କଟିଛି । କୌଣସି ଅଜଣା ଫୋନକଲ ମାଧ୍ୟମରେ ତଥ୍ୟ ଦେଇନଥିବା କିମ୍ବା OTP ସେୟାର କରିନଥିବା ଚଣ୍ଡିକା କହିଥିବା ବେଳେ ହ୍ୟାକକରି ହ୍ୟାକର ଟଙ୍କା ଲୁଟିନେଇଥିବା ସନ୍ଦେହ କରିଛନ୍ତି । ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ତୁରନ୍ତ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏ ନେଇ ତଦନ୍ତ ଜାରି ରଖିଥିବାବେଳେ ଲୋକମାନେ ସଚେତନ ହେଲେ ସାଇବର ଠକେଇକୁ ରୋକା ଯାଇପାରିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । Advertisement
କୋଇଲା ଚୋରା ଚାଲାଣ ଅଭିଯୋଗରେ ୩ ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ସକାଳେ କୋଇଲା ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ଅଟୋକୁ ଜବତ…
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଟ୍ୟୁସନ ସାରଙ୍କୁ କାରାଦଣ୍ଡ ଅନୁଗୁଳ – ଟ୍ୟୁସନ ସାରଙ୍କୁ ୨୦ବର୍ଷ କାରାଦଣ୍ଡ । ଟ୍ୟୁସନ ଆସୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ସାରଙ୍କୁ ଦଣ୍ଡ ଶୁଣାଇଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା…
ହାତୀଦାନ୍ତ ସହ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କନ୍ଧକୋଇଲି ଗାଁରେ ଆଜି ଏସଟିଏଫ ଓ ବନ ବିଭାଗ ଚାଢାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିଥିବା…