ଅପରାଧ ସାଇବର ଠକ ଲୁଟିନେଲେ ୫ ଲକ୍ଷ ଟଙ୍କା Angul OnlineAugust 1, 2024August 1, 2024 ଅନୁଗୁଳ – ସାଇବର ଠକେଇର ଶିକାର ହୋଇଛନ୍ତି ତ୍ରିମୂର୍ତ୍ତୀ ଅଫସେଟ ପ୍ରେସର ମାଲିକ ଚଣ୍ଡିକା ପ୍ରସାଦ ନନ୍ଦ । ଲିଙ୍କ ପଠାଇ ସାଇବର ଠକ ଲୁଟିନେଲେ ୫ ଲକ୍ଷ ୨୭ହଜାର ୩୯୭ଟଙ୍କା । ସୂଚନା ଅନୁସାରେ ଚଣ୍ଡିକା ପ୍ରସାଦଙ୍କ ୟୁନିଅନ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୫ଲକ୍ଷ ୨୭ହଜାର ଟଙ୍କା ଜମା ଥିବା ବେଳେ ଆଜି ସକାଳ ପ୍ରାୟ ୯-୩୫ ମିନିଟ ସମୟରେ ଜାଣିବାକୁ ପାଇଥିଲେ ଯେ ଏକାଧିକ ଥର ତାଙ୍କ ଆକାଉଣ୍ଟରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆକାଉଣ୍ଟରୁ କଟିଛି । କୌଣସି ଅଜଣା ଫୋନକଲ ମାଧ୍ୟମରେ ତଥ୍ୟ ଦେଇନଥିବା କିମ୍ବା OTP ସେୟାର କରିନଥିବା ଚଣ୍ଡିକା କହିଥିବା ବେଳେ ହ୍ୟାକକରି ହ୍ୟାକର ଟଙ୍କା ଲୁଟିନେଇଥିବା ସନ୍ଦେହ କରିଛନ୍ତି । ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ତୁରନ୍ତ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏ ନେଇ ତଦନ୍ତ ଜାରି ରଖିଥିବାବେଳେ ଲୋକମାନେ ସଚେତନ ହେଲେ ସାଇବର ଠକେଇକୁ ରୋକା ଯାଇପାରିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । Advertisement
ଜେଲରେ ଦେଇଥିବା ଧାର ଟଙ୍କାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ – ଅଭିଯୁକ୍ତ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ଭେଜିଡ଼ିହ ଗାଁ ନିକଟ ରାସ୍ତା ପାର୍ଶ୍ଵରେ ହୋଇଥିବା ହତ୍ୟାକାଣ୍ଡର ପୁଲିସ ପରଦା ହଟାଇଛି । ଉଭୟ ଜେଲରେ ଥିବା…
ପାରିପାରିକ କଳହର ପରିଣତି – ଯୁବକ କଲେ ଆତ୍ମହତ୍ୟା ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ସିପିପି ଛକ ନିକଟରେ ଥିବା ଜଣେ ସାଇକେଲ ଦୋକାନୀ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନା ଅନୁସାରେ…
କାରରୁ ବ୍ରାଉନସୁଗାର ଜବତ – ଚାରି ଗିରଫ ଅନୁଗୁଳ – ଅନୁଗୁଳ ସଦର ଥାନା ପୁଲିସ ଆଜି ଏକ ବ୍ରାଉନସୁଗାର ରାକେଟକୁ ଧରିବାରେ ସଫଳ ହୋଇଛି । ବିକ୍ରି ପାଇଁ ଏକ କାରରେ ବ୍ରାଉନସୁଗାର ଧରି…