ଅପରାଧମୁଖ୍ୟ ଖବର ୫ ଡକାୟତ ଗିରଫ , ମାରଣାସ୍ତ୍ର ଓ ଗାଡି ଜବତ Angul OnlineJanuary 14, 2021January 14, 2021 ଅନୁଗୁଳ – ନାଲକୋନଗର ଅଞ୍ଚଳରେ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ନାଲକୋ ସିନିୟର ଡିପିଏସ୍ ସ୍କୁଲ ପଛ ପାଖରୁ ୫ ଜଣ ଡକାୟତଙ୍କୁ ନାଲକୋନଗର ପୋଲିସ କାବୁ କରି ପାରିଛି । ଉକ୍ତ ୫ ଡକାୟତ ଲୁଟ ଯୋଜନା କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ସେମାନଙ୍କ ନିକଟରୁ ଭୁଜାଲି, ଲୁହା ଛଡ଼, ଛୁରୀ ,ନମ୍ବର ବିହୀନ ବୁଲେଟ ଗାଡି , ଗୋଟିଏ ସ୍କୁଟି ,ଗୋଟିଏ ହୋରୋହୋଣ୍ଡା ମୋଟରସାଇକେଲ ଓ ୩ଟି ମୋବାଇଲ ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତାଳଚେର ଥାନା ଅନ୍ତର୍ଗତ ନୂଆଁପଡା ଗ୍ରାମର ସୁମନ୍ତ ନାୟକ(୨୮) , ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କଣ୍ଟାଇପୁଟସାହି ଗ୍ରାମର ସତ୍ୟବ୍ରତ ନାୟକ(୨୧) , ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନାଛିପୁର ଗ୍ରାମର ଅଜୟ ନାୟକ(୨୪) , ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମ ଗଉଡ ସାହିର ନନ୍ଦନ ବେହେରା (୨୯) ଓ ଜଣେ ନାବାଳକ । ଗିରଫ ଡକାୟତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ସମ୍ପୃକ୍ତ ୫ ଯୁବକ ନାଲକୋ ଅଞ୍ଚଳରେ ପୂର୍ବରୁ ହୋଇଥିବା ଛିନାତାଇ ମାମଲାରେ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି । Advertisement
ଶୋଇଥିବା ବେଳେ ଘରେ ଲଗେଇଦେଲେ ନିଆଁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ସାନକେରେଜାଙ୍ଗ ଗାଁର ଯୋଗେଶ୍ୱର ଘଡେଇଙ୍କ ପରିବାର ଘରେ ଶୋଇଥିବା ବେଳେ , ବାହାରପଟୁ କୌଣସି ଦୁର୍ବୃତ୍ତ ବାହାରୁ କବାଟରେ…
ନିର୍ବାଚନ ପୂର୍ବରୁ ହିଂସା – ପୌରଧ୍ୟକ୍ଷ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ adv ଅନୁଗୁଳ – ନିର୍ବାଚନର ଠିକ ପୂର୍ବ ଦିନରେ ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନୀ ହିଂସା ଦେଖା ଦେଇଛି । ସୂଚନା ଅନୁସାରେ , ଅନୁଗୁଳ ଶିମିଳିପଡ଼ାର ସ୍ଵାଧିନ…
୧୨ ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା – ଅଭିଯୁକ୍ତ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା ଏନଟିପିସି ଥାନା ଅଞ୍ଚଳରେ ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଛି । ଏହି ହତ୍ୟା ଘଟଣାରେ ପୁଲିସ…