ଅପରାଧମୁଖ୍ୟ ଖବର ୫ ଡକାୟତ ଗିରଫ , ମାରଣାସ୍ତ୍ର ଓ ଗାଡି ଜବତ Angul OnlineJanuary 14, 2021January 14, 2021 ଅନୁଗୁଳ – ନାଲକୋନଗର ଅଞ୍ଚଳରେ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ନାଲକୋ ସିନିୟର ଡିପିଏସ୍ ସ୍କୁଲ ପଛ ପାଖରୁ ୫ ଜଣ ଡକାୟତଙ୍କୁ ନାଲକୋନଗର ପୋଲିସ କାବୁ କରି ପାରିଛି । ଉକ୍ତ ୫ ଡକାୟତ ଲୁଟ ଯୋଜନା କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ସେମାନଙ୍କ ନିକଟରୁ ଭୁଜାଲି, ଲୁହା ଛଡ଼, ଛୁରୀ ,ନମ୍ବର ବିହୀନ ବୁଲେଟ ଗାଡି , ଗୋଟିଏ ସ୍କୁଟି ,ଗୋଟିଏ ହୋରୋହୋଣ୍ଡା ମୋଟରସାଇକେଲ ଓ ୩ଟି ମୋବାଇଲ ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତାଳଚେର ଥାନା ଅନ୍ତର୍ଗତ ନୂଆଁପଡା ଗ୍ରାମର ସୁମନ୍ତ ନାୟକ(୨୮) , ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କଣ୍ଟାଇପୁଟସାହି ଗ୍ରାମର ସତ୍ୟବ୍ରତ ନାୟକ(୨୧) , ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନାଛିପୁର ଗ୍ରାମର ଅଜୟ ନାୟକ(୨୪) , ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମ ଗଉଡ ସାହିର ନନ୍ଦନ ବେହେରା (୨୯) ଓ ଜଣେ ନାବାଳକ । ଗିରଫ ଡକାୟତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ସମ୍ପୃକ୍ତ ୫ ଯୁବକ ନାଲକୋ ଅଞ୍ଚଳରେ ପୂର୍ବରୁ ହୋଇଥିବା ଛିନାତାଇ ମାମଲାରେ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି । Advertisement
୪ ଲୁଟେରା ଗିରଫ – ବନ୍ଧୁକ , ଗୁଳି ଓ ସୁନା ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ପୁଲିସର ନିଦ ହଜାଇ ଦେଇଥିବା ଏକ ଲୁଟେରା…
ବ୍ରାଉନସୁଗାର ଜବତ – ବିକ୍ରି କରୁଥିବା ଅଭିଯୋଗରେ ମହିଳା ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା କଲୋନିରୁ ଅବକାରୀ ବିଭାଗ ଦ୍ଵାରା ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବିକ୍ରି କରୁଥିବା ଅଭିଯୋଗରେ…
ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ – ମାଡି ବସିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ଖମାର ପୁଲିସକୁ ମିଳିଛି ଏକ ବଡ ସଫଳତା । ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାକୁ ଧରିବାରେ…