ଅପରାଧମୁଖ୍ୟ ଖବର ୫ ଡକାୟତ ଗିରଫ , ମାରଣାସ୍ତ୍ର ଓ ଗାଡି ଜବତ Angul OnlineJanuary 14, 2021January 14, 2021 ଅନୁଗୁଳ – ନାଲକୋନଗର ଅଞ୍ଚଳରେ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ନାଲକୋ ସିନିୟର ଡିପିଏସ୍ ସ୍କୁଲ ପଛ ପାଖରୁ ୫ ଜଣ ଡକାୟତଙ୍କୁ ନାଲକୋନଗର ପୋଲିସ କାବୁ କରି ପାରିଛି । ଉକ୍ତ ୫ ଡକାୟତ ଲୁଟ ଯୋଜନା କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ସେମାନଙ୍କ ନିକଟରୁ ଭୁଜାଲି, ଲୁହା ଛଡ଼, ଛୁରୀ ,ନମ୍ବର ବିହୀନ ବୁଲେଟ ଗାଡି , ଗୋଟିଏ ସ୍କୁଟି ,ଗୋଟିଏ ହୋରୋହୋଣ୍ଡା ମୋଟରସାଇକେଲ ଓ ୩ଟି ମୋବାଇଲ ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତାଳଚେର ଥାନା ଅନ୍ତର୍ଗତ ନୂଆଁପଡା ଗ୍ରାମର ସୁମନ୍ତ ନାୟକ(୨୮) , ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କଣ୍ଟାଇପୁଟସାହି ଗ୍ରାମର ସତ୍ୟବ୍ରତ ନାୟକ(୨୧) , ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନାଛିପୁର ଗ୍ରାମର ଅଜୟ ନାୟକ(୨୪) , ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମ ଗଉଡ ସାହିର ନନ୍ଦନ ବେହେରା (୨୯) ଓ ଜଣେ ନାବାଳକ । ଗିରଫ ଡକାୟତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ସମ୍ପୃକ୍ତ ୫ ଯୁବକ ନାଲକୋ ଅଞ୍ଚଳରେ ପୂର୍ବରୁ ହୋଇଥିବା ଛିନାତାଇ ମାମଲାରେ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଛି । Advertisement
ଡିଜେ ଗାଡ଼ି ଅଟକ, ୪୫ ହଜାର ଟଙ୍କା ଜରିମାନା ଛେଣ୍ଡିପଦା – ବିଶ୍ୱକର୍ମା ପୂଜା କଳସ ଯାତ୍ରା ସମୟରେ ବିନା ଅନୁମତିରେ ଡିଜେ ବଜାଇବା ମହଙ୍ଗା ପଡ଼ିଛି। ଅନୁମତି ବିନା ଡିଜେ ଚଳାଉଥିବା ଏକ ଗାଡ଼ିକୁ ଛେଣ୍ଡିପଦା…
ବ୍ୟାଙ୍କ ମ୍ଯାନେଜର ହେଲେ ସାଇବର ଠକେଇର ଶିକାର – ୭ ଲକ୍ଷ ଲୁଟିଲେ ସାଇବର ଲୁଟେରା ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଜଣେ ବ୍ୟାଙ୍କ ପରିଚାଳକଙ୍କଠାରୁ ୭ ଲକ୍ଷ ଲୁଟିଲେ ସାଇବର ଲୁଟେରା । ଟଙ୍କା ଦେଣ ନେଣରେ ଦକ୍ଷତା ଥିବା ବ୍ୟାଙ୍କ ପରିଚାଳକ…
ଯୁବକଙ୍କୁ ଗାଁ ଦାଣ୍ଡରେ ହତ୍ୟା ଘଟଣାର ପର୍ଦ୍ଦାଫାଶ, ୩ ଅଭିଯୁକ୍ତ ଗିରଫ ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ବାଳୁଅକଟା ଗ୍ରାମପଞ୍ଚାୟତର କୁମ୍ଭକର୍ଣ୍ଣସାହିରେ ଘଟିଥିବା ଚାଞ୍ଚଲ୍ୟକର ଯୁବକ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଘଟଣାର ତଦନ୍ତ କରି…