ମୁଖ୍ୟ ଖବର ଟିଉଟୋରିଆଲରେ ଚଢାଉ – ବନ୍ଧକ ଥିବା ୬୨ ଛାତ୍ରଛାତ୍ରୀ ଉଦ୍ଧାର Angul OnlineMay 15, 2021May 15, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ଏକ ଟିଉଟୋରିଆଲରେ ବନ୍ଧକ ଥିବା ୬୨ ଜଣ ଛାତ୍ରଛାତ୍ରୀଙ୍କୁ ପୁଲିସ , ପ୍ରଶାସନ ସହାୟତାରେ ଉଦ୍ଧାର କରିଛି । ପୂର୍ବର ଫିସ ଦେଇ ନଥିବା ଯୋଗୁଁ ଏହି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ବନ୍ଧକ ରଖି ଥିବା ବେଳେ ଘରକୁ ଛାଡୁ ନଥିବା ଅଭିଯୋଗ ହେବା ପରେ ଆଜି ସନ୍ଧ୍ୟାରେ ଏହି ଟିଉଟୋରିଆଲ ଉପରେ ଚଢ଼ାଉ ହୋଇଥିଲା । ତାଳଚେର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ ଟିମ ଓ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ରାତି ୮ ଟା ବେଳେ ଏହି ଆଇ ଲର୍ଣ୍ଣ (I Learn) ନାମକ ଟିଓଟୋରିଆଲରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ହଷ୍ଟେଲରେ ଥିବା ୪୫ ଜଣ ଛାତ୍ର ଓ ୧୭ ଜଣ ଛାତ୍ରୀଙ୍କୁ ଠାବ ଯାଇଛି । କୋଭିଡ ସମୟରେ ଏଭଳି ବେଆଇନ କାର୍ଯ୍ୟ କରୁଥିବା ଯୋଗୁଁ ଟିଓଟୋରିଆଲ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରା ଯାଇଥିବା ଜଣା ପଡ଼ିଛି । ତେବେ ରାତି ହୋଇଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା କଲି ଘରକୁ ପଠାଜୀବ ବୋଲି ଜଣା ପଡିଛି । Advertisement
ଜଳିଗଲା ଲୁଗା ଶୋ ରୁମ – ନଥିଲା ଫାୟାର ସେଫ୍ଟି ଅନୁମତି ଅନୁଗୋଳ – ଅନୁଗୋଳ ବଜାର ଭିତରେ ଥିବା ଏକ ଲୁଗା ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଶୋ ରୁମଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଥିବା…
ସାମାନ୍ୟ କଳହରୁ ସାନଭାଇକୁ ହାଣିଦେଲା ବଡଭାଇ ! ଅନୁଗୁଳ – ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି ।…
ପତ୍ନୀହନ୍ତାକୁ ଆଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁର ଜଣେ ପତ୍ନୀହନ୍ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି । ସୂଚନା ଅନୁସାରେ ୨୦୦୩ ମସିହାରେ ପାତ୍ରପଡା ଗାଁର…