Uncategorized ମାଛ ଜାଲରେ ପଡିଲା ଅଜଗର Angul OnlineMay 14, 2021May 14, 2021 ଅନୁଗୁଳ – ମାଛ ଜାଲରେ ପଡିଲା ଅଜଗର । ୧ ଘଣ୍ଟା ପରିଶ୍ରମ ପରେ ତାକୁ ସେଥିରୁ ଉଦ୍ଧାର କରା ଯାଇ ପାରିଲା । ଅନୁଗୁଳ ଜିଲ୍ଲା କିଶୋର ନଗର ବ୍ଲକ କରଡିଙ୍ଗବାହାଳ ଗ୍ରାମରେ ଆଜି ଗୋଟିଏ ଅଜଗର ସାପ କୁ ମାଛ ଜାଲ ରେ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ଗୋପାଳ ବଲ୍ଲବ ସାହୁ ଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳ ଗୋପାଳ ପହଞ୍ଚି ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ମାଛ ଜାଲକୁ କାଟି ୫ ଫୁଟ ଲମ୍ବର ଅଜଗର କୁ ଉଦ୍ଧାର କରିଥିଲେ । ପରେ ଏହି ସାପଟିକୁ ବାମୁର ବନଖଣ୍ଡ ଅଧିକାରୀ ଙ୍କ ସହାୟତା ରେ ତାର ପ୍ରାକୃତିକ ଆବାସ ସ୍ଥଳି ରେ ଛାଡ଼ି ଦିଆଯାଇଥିଲା । Advertisement
ହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ହାତୀ ନେଲା ଜୀବନ । ବନ୍ତଳା ବନଖଣ୍ଡ ଶଙ୍ଖପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ଶଙ୍ଖପୁର…
ଟ୍ରକ ଧକ୍କାରେ ଜଣେ ମୃତ – ଡ୍ରାଇଭରକୁ ନିସ୍ତୁକ ମାଡ ମାରିଲେ ଲୋକେ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ନମ୍ୱର ଜାତୀୟ ରାଜପଥର ବହ୍ଲର ଛକ ନିକଟରେ ଦୁର୍ଘଟଣା । ସାଇକେଲ ଆରୋହିଙ୍କୁ ଏକ ଟ୍ରକ ଧକ୍କା ଦେବା…
ବ୍ରାଉନସୁଗାର ସହ ମହିଳା ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ଅବକାରୀ ଓ ପୁଲିସର ମୁଣ୍ଡବିନ୍ଧାର କାରଣ ପାଳଟିଥିବା…