ଅପରାଧ ଚୋରି ଅଭିଯୋଗରେ ୭ ଗିରଫ Angul OnlineMay 3, 2023May 3, 2023 ଅନୁଗୋଳ – ଅନୁଗୋଳ ଥାନା ଅନ୍ତର୍ଗତ କଲେଜ କ୍ବାର୍ଟରର ଆଜବେଷ୍ଟସ୍ ଭାଙ୍ଗି ଚୋରି ଅଭିଯୋଗରେ ପୁଲିସ ବୁଧବାର ୭ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ , ଅନୁଗୋଳ କଲେଜ କ୍ବାର୍ଟର ନମ୍ବର ଏଚ୍ଏଫ/୩୨ରେ ଭାନୁପ୍ରଭା ନନ୍ଦ ରୁହନ୍ତି । ସେ କୌଣସି କାମରେ ୨୯ ତାରିଖରେ ତାଳଚେର ଦୁମଦୁମା ଯାଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ କ୍ବାର୍ଟରକୁ ଫେରି କବାଟ ଖୋଲି ଦେଖିଲା ବେଳକୁ ଆଜବେଷ୍ଟସ ଭାଙ୍ଗି ଘରୁ ଟିଭି, ଇଲେକ୍ଟ୍ରି ଆଇରନ, ରୁପା ପାଉଁଜି, ଦାମୀ ପାଟ ଶାଢ଼ୀ, ଲୁଗା, ୫ଟି ଏଟିଏମ୍ କାର୍ଡ, ସ୍ମାର୍ଟ ୱାଚ୍ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି। ଏ ନେଇ ଭାନୁପ୍ରଭା ଥାନାରେ ଲିଖିତ ଅଭିଯୋଗ କରିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରି କଲେଜ କ୍ବାର୍ଟର ନଂ ୪୨ରେ ରହୁଥିବା ବସନ୍ତ ଗୋଚ୍ଛାୟତ(୩୨)ଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା । ବସନ୍ତଙ୍କ ତଥ୍ୟକୁ ଆଧାରକରି ପୁଲିସ କଲେଜ ଛକର ସୌମ୍ୟ ରଞ୍ଜନ ଓଝା(୨୪), ହାକିମପଡ଼ାର ପ୍ରକାଶ ନାଏକ(୩୫)ଙ୍କୁ ଗିରଫ କରିଥିଲା । ଏହି ସମସ୍ତେ ଚୋରିକରି ସମସ୍ତ ଜିନିଷକୁ ନେଇ ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ହାଡ଼ିବନ୍ଧୁ ବେହେରା(୨୯), ପ୍ରମୋଦ ଗୋଚ୍ଛାୟତ(୪୫), ପ୍ରଶାନ୍ତ ବେହେରା(୪୦) ଓ କୁପନ ଗୋଚ୍ଛାୟତ(୪୫)ଙ୍କ ଘରୁ ଚୋରି ଜିନିଷ ଜବତ କରିଥିଲା । ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। Advertisement
ଜବତ ଗଞ୍ଜେଇ ଓ ବ୍ରାଉନ ସୁଗାର ପୋଡି ନଷ୍ଟ କଲା ଅବକାରୀ ବିଭାଗ ନାଲକୋନଗର – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସମୟରେ ଧର ପଗଡ଼ କରି ଛେଣ୍ଡିପଦା,ଆଠମଲ୍ଲିକ, କୋଲିୟରି ଅନୁଗୋଳ ପ୍ରଭୃତି ଥାନା ଅଂଚଳରୁ ଜବତ କରିଥିବା…
ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ୨ ଗିରଫ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ଖମାର ବନାଞ୍ଚଳରେ ଥିବା ସହରଗୁରୁଜାଙ୍ଗ ଜଙ୍ଗଲରେ ନିଆଁ ଲାଗଉଥିବା ବେଳେ ୨ଜଣଙ୍କୁ ବନ ବିଭାଗ ଗିରଫ କରିଛି । ସୂଚନା ଅନୁସାରେ…
ବୃଦ୍ଧା ମା’ଙ୍କୁ ମାଡ ମାରି ଗିରଫ ହେଲେ ଅବସରପ୍ରାପ୍ତ ଶିକ୍ଷକ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା କଟାପାଲି ଗାଁରେ ବୃଦ୍ଧା ମାଙ୍କୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ମାଡ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ…