Uncategorized ମୋବାଇଲ ଚୋରି କରି ଆକାଉଣ୍ଟରୁ ନେଇଗଲା ୭୫ ହଜାର ଟଙ୍କା Angul OnlineOctober 18, 2022October 18, 2022 ଅନୁଗୁଳ – ପ୍ରଥମେ ମୋବାଇଲ ଲୁଟିଲା । ପରେ ମୋବାଇଲ୍ରେ ଥିବା ଗୁଗୁଲ୍ ପେ ’ ଜରିଆରେ ଲୁଟିନେଲା ୭୫ ହଜାର ଟଙ୍କା । ଏଭଳି ଘଟଣା ତାଳଚେର ସାଉଥ୍ ବଲଣ୍ଡା ଅଞ୍ଚଳରେ ଘଟିଛି । ଏଭଳି ଲୁଟ୍ର ଶିକାର ହୋଇଥିବା ଶରତ କୁମାର ପାତ୍ର ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ , ଲୁଟ୍ର ଶିକାର ହୋଇଥିବା ଶରତ ଚନ୍ଦ୍ର ପାତ୍ର ତାଳଚେର ଏମ୍ସିଏଲ୍ ର କର୍ମଚାରୀ ହୋଇଥିବା ବେଳେ କୋଲିୟରୀ ଥାନା , ସାଉଥ ବଲଣ୍ଡାରେ ରୁହନ୍ତି । ଗତ ୧୨ ତାରିଖ ଦିନ ସେ ନିଜ ପୁଅକୁ ଧରି ପାଖ ଏଟିଏମ୍କୁ ଆସିଥିଲେ । ଏଟିଏମ୍ରୁ ୨୦ ହଜାର ଟଙ୍କା ଉଠାଇବା ପରେ ବାପ – ପୁଅ ଦୁହେଁ ନିକଟସ୍ଥ ପରିବା ମାର୍କେଟ୍କୁ ଆସିଥିଲେ । ସେଠାରେ କେହି ଦୁର୍ବୃତ୍ତ ତାଙ୍କ ଫୋନ୍କୁ ଚୋରି କରି ନେଇଥିଲା । ଏହା ଜାଣିବା ପରେ ଆକାଉଣ୍ଟକୁ ବ୍ଳକ କରିବାକୁ ସେ ହାଟତୋଟା ସ୍ଥିତ ବ୍ୟାଙ୍କକୁ ଯାଇଥିଲେ । ମାତ୍ର ସେଠାରେ ଯାଞ୍ଚ କରିବା ପରେ ତାଙ୍କ ଆକାଉଣ୍ଟରୁ ତିନୋଟି ପର୍ଯ୍ୟାୟରେ ୭୫ ହଜାର ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ଏହି ଟଙ୍କା ଦେବଗଡ଼ ଜିଲ୍ଲାର ଶୁଭମ୍ କୁମାର ସୋନି ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିବା ଜଣା ପଡ଼ିଥିଲା । ପରେ ଶରତ ଏ ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ କେସ୍ ନଂ ୩୧ / ୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ଆସପଣ୍ଡ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡ଼ା ପଞ୍ଚାୟତ ଦାସନାଳି ଗ୍ରାମ ନିକଟସ୍ଥ ଆସପଣ୍ଡ ପୋଖରୀ ନିକଟରୁ ଏକ ହାତୀ ଛୁଆର ମୃତ ଦେହ ଉଦ୍ଧାର । …
ଦିନିକିଆ ଗସ୍ତରେ କୋଲ ଇଣ୍ଡିଆ ଚେୟାରମ୍ୟାନ ତାଳଚେର – କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ଦିନିକିଆ ତାଳଚେର ଗସ୍ତରେ ଆସି ଏମ.ସି.ଏଲ.ର ଲିଙ୍ଗରାଜ ଓ ଭୁବନେଶ୍ଵରୀ କୋଇଲାଖଣି ବୁଲି ଦେଖିଥିଲେ । ପରେ…
ଟ୍ରକ ମାଲିକ ସଂଘ ନିର୍ବାଚନ-ଅମରେଶ ସଭାପତି,ରଜତ ସାଧାରଣ ସମ୍ପାଦକ ଅନୁଗୁଳ – ଚଳିତ ୨୦୨୫/୨୭ ବର୍ଷ ପାଇଁ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ସଂଘର…