Uncategorized ମୋବାଇଲ ଚୋରି କରି ଆକାଉଣ୍ଟରୁ ନେଇଗଲା ୭୫ ହଜାର ଟଙ୍କା Angul OnlineOctober 18, 2022October 18, 2022 ଅନୁଗୁଳ – ପ୍ରଥମେ ମୋବାଇଲ ଲୁଟିଲା । ପରେ ମୋବାଇଲ୍ରେ ଥିବା ଗୁଗୁଲ୍ ପେ ’ ଜରିଆରେ ଲୁଟିନେଲା ୭୫ ହଜାର ଟଙ୍କା । ଏଭଳି ଘଟଣା ତାଳଚେର ସାଉଥ୍ ବଲଣ୍ଡା ଅଞ୍ଚଳରେ ଘଟିଛି । ଏଭଳି ଲୁଟ୍ର ଶିକାର ହୋଇଥିବା ଶରତ କୁମାର ପାତ୍ର ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ , ଲୁଟ୍ର ଶିକାର ହୋଇଥିବା ଶରତ ଚନ୍ଦ୍ର ପାତ୍ର ତାଳଚେର ଏମ୍ସିଏଲ୍ ର କର୍ମଚାରୀ ହୋଇଥିବା ବେଳେ କୋଲିୟରୀ ଥାନା , ସାଉଥ ବଲଣ୍ଡାରେ ରୁହନ୍ତି । ଗତ ୧୨ ତାରିଖ ଦିନ ସେ ନିଜ ପୁଅକୁ ଧରି ପାଖ ଏଟିଏମ୍କୁ ଆସିଥିଲେ । ଏଟିଏମ୍ରୁ ୨୦ ହଜାର ଟଙ୍କା ଉଠାଇବା ପରେ ବାପ – ପୁଅ ଦୁହେଁ ନିକଟସ୍ଥ ପରିବା ମାର୍କେଟ୍କୁ ଆସିଥିଲେ । ସେଠାରେ କେହି ଦୁର୍ବୃତ୍ତ ତାଙ୍କ ଫୋନ୍କୁ ଚୋରି କରି ନେଇଥିଲା । ଏହା ଜାଣିବା ପରେ ଆକାଉଣ୍ଟକୁ ବ୍ଳକ କରିବାକୁ ସେ ହାଟତୋଟା ସ୍ଥିତ ବ୍ୟାଙ୍କକୁ ଯାଇଥିଲେ । ମାତ୍ର ସେଠାରେ ଯାଞ୍ଚ କରିବା ପରେ ତାଙ୍କ ଆକାଉଣ୍ଟରୁ ତିନୋଟି ପର୍ଯ୍ୟାୟରେ ୭୫ ହଜାର ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ଏହି ଟଙ୍କା ଦେବଗଡ଼ ଜିଲ୍ଲାର ଶୁଭମ୍ କୁମାର ସୋନି ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଥିବା ଜଣା ପଡ଼ିଥିଲା । ପରେ ଶରତ ଏ ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ କେସ୍ ନଂ ୩୧ / ୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ବିଧାୟକ ଅଶୋକ ମହାନ୍ତି ମିଛ କହୁଛନ୍ତି – ମୁକେଶ ପାଳ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡାର ବିଧାୟକ ଅଶୋକ ମହାନ୍ତି ମିଛ କହୁଛନ୍ତି । ଟଙ୍କାଟିଏ ନ ଦେଇ କୋଟିଏ ଟଙ୍କା ଦେଇଥିବା ମିଥ୍ୟା ତଥ୍ୟ ଦେଉଛନ୍ତି…
ନବୀନ ଜିନ୍ଦଲଙ୍କ ଜନ୍ମଦିନ, ଫିଟନିସ୍ ଦିବସ ଭାବେ ପାଳିତ ଅନୁଗୁଳ-ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସପି)ର କର୍ମଚାରୀମାନେ ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଏକତ୍ରିତ ହୋଇ ଜେଏସପିର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନ ବେଶ ଧୂମଧାମରେ…
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା – ଜଣେ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବାଙ୍କଧରା ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ…